ETV Bharat / city

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଘଟଣା, ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ

author img

By

Published : Oct 12, 2022, 7:26 PM IST

Updated : Oct 12, 2022, 7:39 PM IST

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ । ଅକ୍ଷୟ ପରିଜାଙ୍କ ଅଭିଯୋଗର ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳୀର ଅଭିଯୋଗ ନେଇ ପ୍ରଶ୍ନ ଉଠାଇଲେ ଅର୍ଚ୍ଚନାଙ୍କ ଓକିଲ । ସେପଟେ ଅର୍ଚ୍ଚନାର ମୋବାଇଲ ଓ ଲାପଟପ ପୋଲିସ ପାଖରେ ଥାଇ ମଧ୍ୟ କେମିତି ତାଙ୍କ ସୋସିଆଲ ମିଡିଆରୁ ବଡ଼ ବଡି଼ଆଙ୍କ ଫଟୋ ଡିଲିଟ ହୋଇଛି, ସେନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା, ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର: ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର । ଦିନ ଗଡିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ(Lady blackmailer Archana Nag) ରାଜ ନେତା, ମନ୍ତ୍ରୀ, ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ପୋଲିସର ତଦନ୍ତ ନେଇ ସନ୍ଦେହ ଉପୁଜିଛି ।

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଘଟଣା, ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ

ଅର୍ଚ୍ଚନାକୁ ନେଇ ପାଓ୍ବାର କରିଡର ଉଠୁଛି ପଡୁଛି । ଅନେକ ବଡ଼ ବଡ଼ ନେତାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଅର୍ଚ୍ଚନା ଚକ୍ରବ୍ୟୁହରୁ କିଏ ଖସିଯାଇଥିବା ବେଳେ ଆଉ କିଏ ଫସିରହିଛି । କିନ୍ତୁ ପୋଲିସର ତଦନ୍ତ ଏହି ଘଟଣାକୁ ଆହୁରି ସନ୍ଦେହ ଘେରକୁ ଠେଲି ଦେଇଛି । ଗତ ସେପ୍ଟେମ୍ବର ୩୦ରେ ନୟାପଲ୍ଲୀ ଥାନାରେ ପ୍ରଥମେ ଅର୍ଚ୍ଚନା ନାଁରେ ଏଫଆଇଆର ଦେଇଥିଲେ ଓଡ଼ିଶାର ସିନେମା ଜଗତର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା । ଏହା ସହିତ ଶ୍ରଦ୍ଧାଞ୍ଜଳୀ ବେହେରା ନାମକ ଯୁବତୀଙ୍କ ନାମରେ ମଧ୍ୟ ଅଭିଯୋଗ ଦେଇଥିଲେ ଅକ୍ଷୟ । ବ୍ଲାକମେଲିଂ ଭଳି ଅଶ୍ଳୀଳ ଫଟୋ ରଖି ଟଙ୍କା ମାଗିବା ନେଇ ଅଭିଯୋଗରେ ଦର୍ଶାଇଥିଲେ ।

ଏହାପରେ ୨ ଅକ୍ଟୋବରରେ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗ ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ତେବେ ଅକ୍ଷୟ ପରିଜାଙ୍କ ଅଭିଯୋଗରେ ଅଭିଯୁକ୍ତ ଥିବା ଶ୍ରଦ୍ଧାଞ୍ଜଳୀ କିପରି ନିଜେ ଅଭିଯୋଗକାରୀ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଆଇନଜୀବୀ ଦେବାଶିଷ ମହାପାତ୍ର । ଏପରିକି ଶ୍ରଦ୍ଧାଞ୍ଜଳୀଙ୍କ ଅଭିଯୋଗ ପତ୍ର ସେ ନିଜେ ଲେଖିଛନ୍ତି ନା ଆଉ କିଏ ଲେଖାଇଛି ସେନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ସେହିପରି ଗିରଫ ବେଳେ ଅର୍ଚ୍ଚନାଙ୍କ ଠାରୁ ଲାପଟପ ଓ ପେନଡ୍ରାଇଭ ସହ ମୋବାଇଲ ଜବତ କରିଥିଲା ପୋଲିସ । ହେଲେ ଅର୍ଚ୍ଚନା ଗିରଫ ୪ ଦିନ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଛି ‌ବଡ଼ ବଡି଼ଆଙ୍କ ଫଟୋ । ପୋଲିସ କହୁଛି ସବୁ ପ୍ରମାଣ ପଠାଯାଇଛି ସାଇଣ୍ଟିଫିକ ଲ୍ୟାବକୁ । ତେବେ ଅଭିଯୁକ୍ତ ଜେଲରେ ଥିବା ବେଳେ କିଏ ତାର ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଛି ଓ କାହିଁକି ଡିଲିଟ ମରାଯାଉଛି ବଡ ବଡିଆଙ୍କ ଫଟୋ ସେନେଇ ପ୍ରଶ୍ନ ଉଠିଛି ।

କେବଳ ଏଇ ଘଟଣା ନୁହେଁ, ଗୋପ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ମୃତ୍ୟୁ ପୁର୍ବରୁ ମୋବାଇଲରେ କିଛି ଭିଡିଓ ଥିବା କହିଥିଲେ । କିନ୍ତୁ ନା ପୋଲିସ ପାଇଲା ସେ ଭିଡିଓ ନା ସାମ୍ନାକୁ ଆସିଲା ହାଇ ପ୍ରୋଫାଇଲ ଲିଙ୍କ । ସେହିପରି ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମୃତ ରୁଚିକାଙ୍କ ମୋବାଇଲ ସିଙ୍ଗାପୁର ପଠାଯାଇଥିଲେ ମଧ୍ୟ ଏଯାଏଁ ମିଳିଲାନି କିଛି ପ୍ରମାଣ । ତେବେ ତମାମ ଘଟଣାରୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବଭାବିକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 12, 2022, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.