ETV Bharat / city

ଫିଟୁଛି ନକଲି ଡାକ୍ତରର ଅସଲି କେଳଙ୍କାରୀ, ସହାୟିକାକୁ ଜେରା କଲା ପୋଲିସ - ନକଲି ଡାକ୍ତର ରମେଶ ସ୍ବାଇଁ ନ୍ଯୁଜ

ଧିରେ ଧିରେ ଫିଟୁଛି ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି କେଳଙ୍କାରୀ । ସହାୟିକାଙ୍କୁ ଜେରା କଲା ପୋଲିସ । ଅଧିକ ପଢନ୍ତୁ

ଫିଟୁଛି ନକଲି ଡାକ୍ତରର ଅସଲି କେଳଙ୍କାରୀ, ସହାୟିକାକୁ ଜେରା କଲା ପୋଲିସ

author img

By

Published : Mar 18, 2022, 10:19 PM IST

ଭୁବନେଶ୍ବର: ସାମ୍ନାକୁ ଆସିଲା ନକଲି ଡାକ୍ତରର ଅସଲି ଓ୍ବିଟନେସ । ଖୋଲିଲା ନକଲି ଡାକ୍ତର ରମେଶ ସ୍ବାଇଁର କେଳେଙ୍କାରୀର ଗୁମର । କିପରି ବଦଳାଉଥିଲେ ଗୋଟିଏ ପରେ ଗୋଟିଏ ପତ୍ନୀ ଏସବୁର ପର୍ଦ୍ଦାଫାସ କରିଛି ପୋଲିସ ।

ଗେଷ୍ଟର ପରିଚୟ ଦେଇ ଅନେକ ମହିଳାଙ୍କୁ ଘରକୁ ଆଣୁଥିଲେ ନକଲି ଡାକ୍ତର ରମେଶ ସ୍ବାଇଁ, ଯାହାର ଏକମାତ୍ର ସାକ୍ଷୀ ଥିଲେ ତାଙ୍କ ଘରର ସହାୟିକା । ଏନେଇ ସହାୟିକାଙ୍କୁ ପଚରାଉଚରା କରିବା ପରେ ୬ ଜଣ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଛି ପୋଲିସ । ସହାୟିକା ଜଣକ କହିଛନ୍ତି ଯେ, ନକଲି ଡାକ୍ତରଙ୍କ ବାବଦରେ ସେ ୨ ଜଣ ମହିଳାଙ୍କୁ କହିବାରୁ ତାଙ୍କୁ ରାଗିଯାଇ ଚାକିରିରୁ ବିଦା କରିଦେଇଥିଲେ ରମେଶ ସ୍ବାଇଁ । ଏପରିକି ତାଙ୍କୁ ୨ ବର୍ଷର ଦରମା ମଧ୍ୟ ଦେଇନଥିବା ସେ କହିଛନ୍ତି ।

ଏସବୁ ବୟାନକୁ ଭିତ୍ତି କରି ପୋଲିସ ରମେଶ ବିରୋଧରେ ପ୍ରମାଣ ଯୋଗାଡ କରିଛି । ଅନ୍ୟପଟେ ଘଟଣାରେ ରମେଶ ସମେତ ତାଙ୍କ ଭଉଣୀ ଓ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ପ୍ରଥମ ପତ୍ନୀକୁ ପଚରାଉଚାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.