ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ପରିବାରଙ୍କ କଳି ଘଟଣା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା ଜେରା କଲା କମିଶନରେଟ୍ ପୋଲିସ । ପ୍ରକୃତିଙ୍କୁ ଉକ୍ତ ଦିନ କଣ ଘଟିଥିଲା ସେ ନେଇ ପୋଲିସ ପଚରା ଉଚରା କରିଛି ।
କମିଶନରେଟ ପୋଲିସର ଏକ ଟିମ ପ୍ରକୃତି ମିଶ୍ରଙ୍କୁ ୧ଘଣ୍ଟା ଧରି ପଚରାଉଚୁରା କରିଛି । ସତ୍ୟବିହାରରେ ଥିବା ତାଙ୍କ ଘରେ ପହଞ୍ଚି ପ୍ରକୃତିକୁ ନେଇ ପଚରାଉଚୁରା କରିଛି । ଉଭୟ ପଟୁ ହୋଇଥିବା ମାମଲା, ଯେପରିକି ବାବୁସାନଙ୍କ ପତ୍ନୀଙ୍କ ମାମଲାରେ ପଚରାଉଚୁରା କରାଯାଇଛି । ଏଥିସହ ସର୍ବସାଧାରଣରେ ପ୍ରକୃତିଙ୍କ ସହ ଘଟିଥିବା ଘଟଣାକୁ ତାଙ୍କ ପରିବାର ଅଭିଯୋଗ କରିଥିଲା । ସେ ସମ୍ପର୍କରେ ମଧ୍ୟ ପୋଲିସ ପଚରା ଉଚରା କରିଛି ।
ତେବେ ଏନେଇ ପ୍ରକୃତିଙ୍କ ବାପା କହିଛନ୍ତି ଯେ, "ପୋଲିସ ପଚରାଉଚରା କରିଛି । ଘରେ ପହଞ୍ଚି ପ୍ରକୃତିକୁ ପଚରା ଉଚୁରା କରାଯାଇଛି । ପୂର୍ବରୁ ପୋଲିସ ଫୋନରେ ଦେଇଥିବା ନୋଟିସର ଜବାବ ରଖିଛନ୍ତି ପ୍ରକୃତି ମିଶ୍ର । ତାଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଛି ।" ଅନ୍ୟପଟେ ଖାରବେଳ ନଗର ଥାନା ଅଧିକାରୀ କହିଛନ୍ତି, "ତଦନ୍ତ ଚାଲିଛି ଉଭୟ ପକ୍ଷରୁ ହୋଇଥିବା ମାମଲାର ଖୋଳତାଡ଼ ଚାଲିଛି ।"
ଇଟିଭି ଭାରତ, ଭୁବନେଶ୍ବର