ETV Bharat / city

ଗୁଳି ଫୁଟାଇ ଲୁଟିଥିଲେ ଗହଣା ଦୋକାନୀ ବ୍ୟାଗ, ପୋଲିସ୍ ପାଇଲା ଟିଫିନ୍ ଖୋଳ

ରାଜଧାନୀରେ ଆତଙ୍କ ଖେଳାଇଥିବା ଚକରା ଗ୍ୟାଙ୍ଗର ଫିଟୁଛି ଗୁମର । ଗ୍ୟାଙ୍ଗର ଦୁଇ ସହଯୋଗୀ ରାଜେଶ ମହାପାତ୍ର ଓ ରବିନ ଶତପଥୀକୁ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ବେଳେ ମାନିଛନ୍ତି ଗତ ମେ ୨ ତାରିଖ ଲିଙ୍ଗରାଜ ଥାନା ସାମନ୍ତରାପୁର ଦେବି ଦୁର୍ଗା ଗହଣା ଦୋକାନୀଙ୍କ ଲୁଟ ମାମଲାରେ ଥିଲେ ସମ୍ପୃକ୍ତ । ଅଧିକ ପଢନ୍ତୁ

author img

By

Published : May 30, 2022, 10:27 PM IST

ଗୁଳି ଫୁଟାଇ ଲୁଟିଥିଲେ ଗହଣା ଦୋକାନୀ ବ୍ୟାଗ, ପୋଲିସ୍ ପାଇଲା ଟିଫିନ୍ ଖୋଳ
ଗୁଳି ଫୁଟାଇ ଲୁଟିଥିଲେ ଗହଣା ଦୋକାନୀ ବ୍ୟାଗ, ପୋଲିସ୍ ପାଇଲା ଟିଫିନ୍ ଖୋଳ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଥିବା ଚକରା ଗ୍ୟାଙ୍ଗର ଫିଟୁଛି ଗୁମର । ଗ୍ୟାଙ୍ଗର ଦୁଇ ସହଯୋଗୀ ରାଜେଶ ମହାପାତ୍ର ଓ ରବିନ ଶତପଥୀକୁ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ବେଳେ ମାନିଛନ୍ତି ଗତ ମେ ୨ ତାରିଖ ଲିଙ୍ଗରାଜ ଥାନା ସାମନ୍ତରାପୁର ଦେବି ଦୁର୍ଗା ଗହଣା ଦୋକାନୀଙ୍କ ଲୁଟ ମାମଲାରେ ଥିଲେ ସମ୍ପୃକ୍ତ । ଏପରିକି ଗହଣା ଦୋକାନୀଙ୍କୁ ଲୁଟ ପାଇଁ ଗୁଳି ଫୁଟାଇ ଆତଙ୍କ ରଚିଥିଲେ ରାଜେଶ ଓ ରବିନ୍ । ଗହଣା ଦୋକାନୀ ଆଡକୁ ମୁହଁ କରି ଦୁଇ ରାଉଣ୍ଡ ଗୁଳିମାଡ ପରେ ଗହଣା ଦୋକାନୀର ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ଏନେଇ ଦୁଇ ଅଭିଯୁକ୍ତ ସେହି ଘଟଣାରେ ଛାନଭିନ କରାଇଥିଲା ପୋଲିସ ।

ଏପରିକି କିପରି ଗୁଳି ଫୁଟାଇ ଲୁଟ କରିଥିଲେ ଓ ପରେ କୁଆଡେ ଯାଇଥିଲେ ସେନେଇ ସିନ ରିକ୍ରିଏସନ କରିଛି ପୋଲିସ । ଏନେଇ ଦୁଇ ଅଭିଯୁକ୍ତ ରବିନ ଓ ରାଜେଶକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ କରାଇଛି । ଆଉ ସିନ କ୍ରିଏସନ ବେଳେ ପୋଲିସ ଜାଣିବାକୁ ଗହଣା ଦୋକାନୀର ବ୍ୟାଗ ଲୁଟ ପରେ ଲିଙ୍ଗିପୁର ଆଡକୁ ଧାଇଁଥିଲେ । ଦୟା ନଦି ହୁଡାରେ ପହଞ୍ଚି ବ୍ୟାଗ ଖୋଲିଥିଲେ । ପରେ ବ୍ୟାଗରେ କିଛି ନପାଇ କେବଳ ଟିଫିନ ପାଇ ବ୍ୟାଗକୁ ଫୋପାଡି ଦେଇଥିଲେ । ତେବେ ସିନ ରିକ୍ରିଏସନ ବେଳେ ସେହି ବ୍ୟାଗରେ ଥିବା ଟିଫିନ ଯାହାକୁ ନଈ ପଠାରେ ଫୋପାଡିଥିଲେ ତାକୁ ପାଇଛି ପୋଲିସ । ଅର୍ଥାତ ସେହି ଦିନ ଗହଣା ଦୋକାନୀର‌ ବ୍ୟାଗରେ ଗହଣା ଥିବା ଭାବି ଛଡାଇ ନେଇଥିବା ବ୍ୟାଗରୁ କେବଳ ଗହଣା ଦୋକାନୀଙ୍କର ଟିଫିନ ଥିଲା ଯାହାକୁ ସିନ‌ରିକ୍ରିଏସନ ବେଳେ ଜବତ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.