ଭୁବନେଶ୍ବର: ସାମ୍ନାକୁ ଆସିଲା କଙ୍କାଳର ସ୍କେଚ୍ । ଚାରିଆଡେ ଲାଗିବ ପୋଷ୍ଟର । ଖୋଜାପଡିବ ଜାଆଁଳା ଥାନାରୁ ମିଳିଥିବା କଙ୍କାଳ ପଛର ରାଜ୍ । ଏନେଇ କଙ୍କାଳର ସ୍କେଚ ଆଧାରରେ ପୋଲିସ ପାଇଛି ରିକନଷ୍ଟ୍ରକସନ ସ୍କେଚ୍ । ଏନେଇ ଖୁବଶୀଘ୍ର କମିସନରେଟ ପୋଲିସ ଜାଆଁଳାର ନିକଟବର୍ତ୍ତୀ ଅଞ୍ଚଳର ସ୍କେଚ ଜରିଆରେ ମହିଳାଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି କରିବ ପୋଲିସ ।
ଏଥିପାଇଁ ପୋଲିସର ହସ୍ତଗତ ହୋଇଛି ପ୍ରଥମ ସ୍କେଚ । ବାଙ୍ଗାଲୋର ଏକ ଫାର୍ମରୁ ଏକ୍ସପର୍ଟଙ୍କ ଦ୍ବାରା ପ୍ରସ୍ତୁତ ସ୍କେଚ ଆସିଛି ପରେ ଏହାର ବିଭିନ୍ନ ରଙ୍ଗର ସ୍କେଚ ମଧ୍ଯ ଆସିବ। ତେବେ ଏନେଇ ଡିସିପି ପ୍ରେସମିଟ୍ କରି ମହିଳାଙ୍କ ବର୍ଣ୍ଣନା କରିଛନ୍ତି । ମିଳିଥିବା କଙ୍କାଳର ଡାହାଣ ହାତରେ ୪ଟି ଆଲୁମୁନିୟମ ଚୁଡି ଥିଲା, ବଟଲ୍ ଗ୍ରୀନ୍ ରଙ୍ଗର ସ୍ବେଟର ପିନ୍ଧିଥିଲେ । ଗୋଡ, ଅଣ୍ଟା ଓ ହାତ ହାଡରେ ଆଘାତ ରହିଥିଲା । ତେବେ ଏମସ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ମହିଳାଙ୍କ ଦୁର୍ବଳ ଶରୀର ଥିଲା । ନଖ ଗୁଡିକ କଟା ନହୋଇ ବଡ ଥିଲା ।
ଉଚ୍ଚତା ପ୍ରାୟ ୧୬୪ ସିଏମ । ବୟସ ପାଖାପାଖି ୩୫ରୁ ୪୫ ବର୍ଷ ବୟସ ମଧ୍ଯରେ ଥିଲା। କଙ୍କାଳ ସମୟରେ ୨୦୬ଟି ହାଡ ରହିଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ,ତାଙ୍କୁ ମାଇକ୍ରୋ ବ୍ଯାକ୍ଟେରିଆର ଟିବରଲିସ ରୋଗ ଥିଲା । ଯେହେତୁ କଙ୍କାଳ ଫେବୃଆରୀ ୧୨ରେ ଜବତ ହୋଇଥିଲା ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୃତ୍ୟୁ ହୋଇଥାଏପାରେ ତେଣୁ ଏହି ସବୁ ତଥ୍ଯ ଆଧାରରେ ବାଙ୍ଗାଲୋରର ଏକ ଫାର୍ମ ଜରିଆରେ ସ୍କେଚ ଜାରି ହୋଇଛି ।
ରଙ୍ଗ ୧୦୦ ପ୍ରତିଶତ ମ୍ଯାଚ କରିବ ନାହିଁ କିନ୍ତୁ ଏହାର ଅନେକ ରଙ୍ଗର ଓ ଭେରାଇଟ ସ୍କେଚ୍ ପାଇଁ ଅନୁରୋଧ କରାଯାଇଛି । ଏହାକୁ ଆଧାର କରି ସେ ସମୟରେ ଯେଉଁମାନେ ବିଭିନ୍ନ ନିଖୋଜ ମାମଲା ନେଇ ଆସିଥିଲେ, ସେ ସବୁକୁ ତର୍ଜମା କରାଯାଉଛି । ତେବେ ପରିଚୟ ପାଇବା ପାଇଁ ଯେତେ ସାଧନ ଅଛି ସବୁ ଲଗାଇବାକୁ ଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ