ETV Bharat / city

ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

author img

By

Published : Oct 7, 2022, 8:31 PM IST

ଗିରଫ ହେଲେ ଲେଡି ବ୍ଲାକମେଲର । ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ। ପୋଲିସରେ ଅଭିଯୋଗ ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲଣା କଲା କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ଖଣ୍ଡଗିରି ଥାନା ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

ସୂଚନା ଅନୁସାରେ ସଂପୃକ୍ତ ମହିଳାଙ୍କ ପାଖରୁ ପୋଲିସ ପେନ ଡ୍ରାଇଭ, ମୋବାଇଲ ଫୋନ ସମେତ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ଜବତ ହୋଇଥିବା ଦସ୍ତାବିଜରେ ଗିରଫ ମହିଳାଙ୍କ କଳା କାରନାମାର ଗୁପ୍ତ ତଥ୍ଯ ଥିବା କୁହାଯାଉଛି । ଗିରଫ ମହିଳା ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ନାଗ ଚାନ୍ଦ । ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମହିଳା ଜଣଙ୍କ ଉଚ୍ଚ ଶିକ୍ଷିତା ଓ ଆଇନ ପାଠ ପଢିଥିବା ଜଣାପଡିଛି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହାୟତାରେ ଏଭଳି କଳା କାରନାମାରେ କରୁଥିବା ସନ୍ଦେହ ହେଉଛି ।

ଲେଡି ବ୍ଲାକମେଲରଙ୍କ ହାଇପ୍ରୋଫାଇଲ ପଲିଟିକାଲ ଲିଙ୍କ ରହିଛି । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଥିବା ଏହି ବଙ୍ଗଲାକୁ ଦେଖନ୍ତୁ । କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ଆଲିସାନ ବଙ୍ଗଳା । ଘରେ ରହିଛି ଦାମି ଦାମି ସାମଗ୍ରୀ । ବଡ ପ୍ରଶ୍ନ ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପାଖକୁ କୁଆଡୁ ଆସୁଥିଲା ଏତେ ଟଙ୍କା । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଏହି ଲେଡିଙ୍କ ସ୍ବାମୀ ଜଗବନ୍ଧୁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁସାରେ ଏହି ଆଲିସାନ ବଙ୍ଗଳାକୁ ଆସୁଥିଲେ ହାଇପ୍ରୋଫାଇଲ ରାଜନେତା ଏବଂ ଅଫିସର । ଏହି ଲେଡି ଜଣଙ୍କ ସୁଚିନ୍ତିତ ଢଙ୍ଗରେ ନେତାଙ୍କ ସହିତ ରଖୁଥିଲେ ସମ୍ପର୍କ ।

ଏହି ଫେସବୁକ ପ୍ରୋଫାଇଲକୁ ଦେଖନ୍ତୁ । ଇଏ ହେଉଛି ଏହି ଲେଡି ବ୍ଲାକମେଲରଙ୍କ ସ୍ବାମୀ ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟ । ଯେଉଁଥିରେ ଲେଖାଅଛି, ବିଜେଡିର ଜଣେ ସଦସ୍ୟ ବୋଲି । ଆଉ ଏହାରି ମାଧ୍ୟମରେ ବଡ ବଡ ନେତା ଏବଂ ଅଫିସରଙ୍କ ସହିତ ସମ୍ପର୍କ ରଖୁଥିଲେ ଲେଡି ବ୍ଲାକ ମେଲର । ପ୍ରଥମେ ବନ୍ଧୁତ୍ବ ଆଉ ତାପରେ ପ୍ରେମ ଆଳାପ । ସମ୍ପର୍କ ଟିକିଏ ପୁରୁଣା ହେବା ପରେ ହୋଟେଲକୁ ଡାକରା । ସେଠାରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି କିମ୍ବା ଫଟୋ ଉଠାଇ ବ୍ଲାକ ମେଲିଂ । କିଛି ଏପରି ଢଙ୍ଗରେ ବ୍ଲାକମେଲ କରି ନେତାଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । ଏପରିକି ପ୍ରତିଦିନ ଏହି ଘରକୁ ମଧ୍ୟ ବଡ ବଡିଆଙ୍କ ଯା' ଆସ ହେଉଥିଲା । ଯାହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲା ଲେଡି ବ୍ଲାକମେଲର । ଯାହା ଟଙ୍କା ଆଦାୟ ହେଉଥିଲା ସେହି ଟଙ୍କାରେ ହାଇପ୍ରୋଫାଇଲ ଜୀବନ ବଞ୍ଚୁଥିଲେ କି ଲେଡି, ଏବେ ଏହି ପ୍ରଶ୍ନ ଉଠିଛି । କାରଣ ତାଙ୍କ ପାଖରେ ଦାମି ଦାମି ଗାଡି ଅଛି । ଘୋଡା ବି ଅଛି । ଯାହାର ସେ ବ୍ୟବହାର କରୁଥିଲେ । ତେଣୁ ସନ୍ଦେହ କରାଯାଉଛି ପୂର୍ବରୁ ଅନେକ ବ୍ଲାକମେଲିଂ କରି ଟଙ୍କା ଉପାର୍ଜନ କରିଥାଇପାରନ୍ତି ଅର୍ଚ୍ଚନା ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିବା ପଛରେ ମଧ୍ୟ ଏହି ଯୁବତୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସବୁ କିଛି ସରିବା ପରେ ଯେତେବେଳେ ବ୍ଲାକମେଲିଂ ଆରମ୍ଭ ହେଉଥିଲା କେହି କେହି ଲୋକ ଲଜ୍ୟା ଭୟରେ ମୋଟା ଅଙ୍କର ଟଙ୍କା ଦେଉଥିବା ମଧ୍ୟ ଜଣାପଡିଛି । ଏବେ ଏହି ଯୁବତୀଙ୍କ କଳା କାରନାମାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଯୁବତୀଙ୍କୁ ଗିରଫ କରିସାରିଛି । କେମିତି ଚାଲିଥିଲା ଏହି ଗୋଲକ ଧନ୍ଦା ଆଉ କିଏ କିଏ ଏହି ଅପରାଧରେ ସାମିଲ ସେନେଇ ଅଧିକ ଖୋଳତାଡ କରୁଛି ପୋଲିସ । ନିଜକୁ ସମାଜ ସେବୀ ଏବଂ ଆଇନଜୀବୀ ବୋଲି ପରିଚୟ ଦେଉଥିବା ଜଗବନ୍ଧୁ ଏବଂ ଅର୍ଚ୍ଚନା କେମିତି ବିଳାସମୟ ଜୀବନ ବଞ୍ଚୁଥିଲେ ଏବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ପୁରା ଘଟଣାକୁ ନେଇ ପୋଲିସ ମୁହଁ ଖୋଲୁନଥିବା ବେଳେ ଘଟଣାକୁ ନେଇ ସନ୍ଦେହ ବଢୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.