ETV Bharat / city

ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ପ୍ରସ୍ତୁତି, ବିଭିନ୍ନ‌ ପଞ୍ଚାୟତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି । ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଗାଁରେ କମିଶନରେଟ ପୋଲିସର ପୋଲିସ ଛାଉଁଣୀ । ଅଧିକ ପଢନ୍ତୁ

author img

By

Published : Feb 13, 2022, 10:52 PM IST

ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ପ୍ରସ୍ତୁତି, ବିଭିନ୍ନ‌ ପଞ୍ଚାୟତରେ ପୋଲିସର ଫ୍ଲାଗ ମାର୍ଚ୍ଚ
ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ପ୍ରସ୍ତୁତି, ବିଭିନ୍ନ‌ ପଞ୍ଚାୟତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଉଛି ଗାଁ ରାଜନୀତି । ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରସୋର କ୍ୟାମ୍ପେନିଂ । ଏପରି ସ୍ଥଳରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସଜାଗ ହେଲା ପୋଲିସ । କମିଶନରେଟ ପୋଲିସର ରିଜର୍ଭ ବାଟାଲିୟନର ଫୋର୍ସ ମାରିଲେ ପଇଁତରା ।

ଏନେଇ କମିଶନରେଟ ପୋଲିସର ଧଉଳି ଥାନାର ତିନି ପଞ୍ଚାୟତରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ସୁରୁଖୁରୁରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ପାଇଁ ପୋଲିସ ଚଳାଇଛି ପ୍ରସ୍ତୁତି । ଧଉଳି ଥାନାର ସମ୍ବେଦନ ୨୯ ନମ୍ବର ଜୋନ ଶିଶୁପାଳଗଡ, ଟିକରପଡା ଆଦି ବିଭିନ୍ନ ଅଞ୍ଚଳରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ନିର୍ବାଚନୀ ହଂସା ଏଡାଇବା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଇଛି ପୋଲିସ ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଥାନା ଅଧିନରେ ଆସୁଛି ୬୮ ଟି ପଞ୍ଚାୟତ । ଜୋନାଲ ଏସିପି ଓ ସ୍ଥାନୀୟ ଆଇଆଇସିଙ୍କୁ ଦିଆଯାଇଛି ଦାୟିତ୍ବ । ନିର୍ବାଚନ ସମୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ ଟିମ୍ । ଏପରିକି ଅନେକ ସ୍ଥଳରେ ୧୧୦ ଦଫା ଲଗାଇ କେତେକଙ୍କୁ ଆଗୁଆ ଥାନାରେ ରଖୁଛି ପୋଲିସ । ରାଜନୈତିକ ପାଣିପାଗରେ ନିଶା ମାଫିଆ ଓ ନିଶା କାରବାର ଉପରେ ବି ଚଢାଉ ଜାରି ରଖିଛି । ଏହାସହ ନିର୍ବାଚନୀ ହିଂସା ଓ ଅପ୍ରିତିକର ପରିସ୍ଥିତି ଏଡାଇବାକୁ ପିସିଆର, ବସ୍ତିମିତ୍ର ଓ ପୋଲିସର ସୋର୍ସକୁ ମଧ୍ୟ ଆକ୍ଟିଭ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.