ETV Bharat / city

ଅନ୍ଧାର ରାତିରେ ଗର୍ଜିଲା ବନ୍ଧୁକ, ରାଜଧାନୀରେ ୨ ଅପରାଧିଙ୍କୁ ଏନକାଉଣ୍ଟର

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିସନରେଟ ପୋଲିସ। ସେମାନଙ୍କ ବିରୋଧରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 3, 2019, 6:56 AM IST

Updated : Aug 3, 2019, 7:07 AM IST

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି। ଅପରାଧିଙ୍କୁ ସାବାଡ କରିବାକୁ ପୋଲିସର ଏନକାଉଣ୍ଟର। ରାଜଧାନୀସ୍ଥିତି ରଙ୍ଗବଜାର ଛକରେ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ।

ସେମାନଙ୍କ ବିରୋଧରେ ଭୁବନେଶ୍ବରର ବିଭିନ୍ନ ଥାନା ଯଥା ଛିନତାଇ, ରାହାଜାନି, ଲୁଟ ଓ ଡକାୟତି ଭଳି ସଙ୍ଗୂନ ଅପରାଧିକ ମାମଲା ରହିଛି । ଶୁକ୍ରବାର ରାତିରେ ସହିଦନଗର ଥାନା ଅଞ୍ଚଳର ରଙ୍ଗବଜାର ସାଇ ମନ୍ଦିର ନିକଟରେ ପୋଲିସ ପାଟ୍ରୋଲିଂ ବେଳେ ସୁରାକ ପାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ସହିଦନଗର ଆଇଆଇସି ବିରଞ୍ଚି ପତି ଓ ତାଙ୍କ ଟିମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକ ୱାଗନର ଯୋଗେ ସେମାନେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ପଳାୟନ କରିବାକୁ ଉଦ୍ୟମ କରିଥିଲେ। ଏପରିକି ପୋଲିସ ଉପରେ ଲଙ୍କା ଗୁଣ୍ଡ ପକାଇଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ଫାୟାରିଂ କରିଥିଲା । ତେବେ ଅପରାଧି ବିବେକାନନ୍ଦର ଘର ଆଠଗଡ ହୋଇଥିବା ବେଳେ ଅରୁଣର ଘର ବାଲେଶ୍ବର ସୋର ଠାରେ ଥିବା ଜଣାପଡିଛି। ଘଟଣାସ୍ଥଳରେ ସେମାନଙ୍କ କାର ମଧ୍ୟ ଜବତ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅନ୍ଧାର ରାତିରେ ଗର୍ଜିଲା ବନ୍ଧୁକ,
ରାଜଧାନୀରେ ୨ ଅପରାଧିଙ୍କୁ ଏନକାଉଣ୍ଟରBody:ରାଜଧାନିରେ ଫୁଟିଲା ଗୁଳି।ଅପରାଧିଙ୍କୁ ସାବାଡ କରିବାକୁ ପୋଲିସର ଏନକାଉଣ୍ଟର। ଟଙ୍କପାଣି ରୋଡରେ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଦୁଇ ଦୁର୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ସେମାନଙ୍କ ନାରେ ରାଜଧାନୀରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଛିନତାଇ,ରାହାଜାନି,ଲୁଟ ଓ ଡକାୟତି ଭଳି ସଙ୍ଗିନ ମାମଲା। ଗତକାଲି ରାତିରେ ସହିଦନଗର ଥାନା ଅଂଚଳର ଟଙ୍କପାଣି ସାଇମନ୍ଦିର ନିକଟରେ ପୋଲିସ ପାଟ୍ରୋଲି ବେଳେ ସୁରାକ ପାଇଥିଲା ପୋଲିସ। ସୁଚନା ପାଇ ଘଟଣା ସ୍ଥଳରେ ପହଂଚିଥିଲେ ସହିଦନଗର ଆଇଆଇସି ବିରଂଚି ପତି ଓ ତାଙ୍କ ଟିମ। ଏକ ୱାଗନର ଯୋଗେ ସେମାନେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। େଲେ ସେମାନେ ପଳାୟନ କରିବାକୁ ଉଦ୍ଯମ କରିଥିଲେ। ଏପରିକି ଲଙ୍କା ଗୁଣ୍ଡ ପକାଇଥିଲେ। ଫଳରେ ବାଧ୍ଯ ହୋଇ ପୋଲିସ ଫାୟାରି କରିଥିଲା। ତେବେ ବିବେକାନନ୍ଦର ଘର ଆଠଗଡ ହୋଇଥିବା ବେଳେ ଅରୁଣ ର ଘର ଭଦ୍ରକ ସୋରରେ ବୋଲି ଜଣାପଡିଛି।ଘଟଣାସ୍ଥଳରେ ସେମାନଙ୍କ କାର ମଧ୍ଯ ଜବତ ହୋଇଛି।Conclusion:
Last Updated : Aug 3, 2019, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.