ETV Bharat / city

ଏତଲାଧାରୀଙ୍କ ସହ ସିଧାସଳଖ ଫୋନରେ କଥା ହେଲେ ଡିଜିପି - bhubaneswar news

'ମୋ ସରକାର' କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏତଲାଧାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଡିଜିପି । ଅଧିକ ପଢନ୍ତୁ...

Police DGP spoke alleger through phone
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 28, 2019, 7:32 PM IST

ଭୁବନେଶ୍ବର: ଚଳିତବର୍ଷ ଗାନ୍ଧୀ ଜୟନ୍ତୀରୁ 'ମୋ ସରକାର' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରଥମ ଦଫାରେ ଥାନା ଓ ଡାକ୍ତରଖାନା ସରକାରଙ୍କ ଫୋକସରେ ରହିଥିଲା । ଏହି କ୍ରମରେ ଗୁରୁବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏତଲାଧାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଡିଜିପି ସତ୍ୟଜିତ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅଭିଯୋଗକାରୀ ଏତଲା ଦେବା ପରେ ତଦନ୍ତ ଅଧିକାରୀଙ୍କ ସେମାନଙ୍କ ପ୍ରତି ବ୍ୟବହାର, ଲାଞ୍ଚ ମାଗିବା, ତଦନ୍ତରେ କିଭଳି ସହଯୋଗ କରୁଛନ୍ତି ଥାନାଧିକାରୀ, ଅଭିଯୁକ୍ତ ଧରାପଡିବା ପରେ କିଭଳି ନ୍ୟାୟ ମିଳିଛି ସେସବୁ ବିସ୍ତୃତ ଭାବେ ପଚାରି ବୁଝିଥିଲେ ଡିଜିପି । ଟିଟିଲାଗଡ, ଫୁଲବାଣୀ, ଭଦ୍ରକ, ଭଦ୍ରକ ଟାଉନ ଆଦି ଥାନା ଗୁଡିକରେ ହୋଇଥିବା ଅଭିଯୋଗକାରୀଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଏତଳାକାରୀଙ୍କ ସହ ସିଧାସଳଖ ଫୋନ ରେ କଥା ହେଲେ ଡିଜିପି।

ହାଲୋ ମୁ ଡିଜିପି କହୁଛି। ଏଭିଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏପଲତଲାଧାରୀ କ ସହ କଥା ହୋଇଛନ୍ତି ଡିଜିପି । ଲୋକମାନଙ୍କ କଥା ଶୁଣିବା ସହ ଏତଳାଧିକାରୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି କାର୍ଯ୍ୟକାରୀ ପୋଲିସ ମହାନିର୍ଦେଶକ ସତ୍ୟଜିତ ମହାନ୍ତି।

Body:

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକ ଅବସରରେ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରେ ଆରମ୍ଭ ହୋଇଥିଲା।ଏହି ଅବସରରେ ମୋ ସରକାର କରଯ୍ୟକ୍ରମରେ ଡିଜିପି ବିଭିନ୍ନ ଏତଳାଧିକାରୀଙ୍କ ସହ ଫୋନ ମଧ୍ୟରେ କଥା ହୋଇଛନ୍ତି। ତଦନ୍ତ କରି ଅଧିକାରୀଙ୍କ ବ୍ୟବହାର, ଲାଞ୍ଚ ମାଗିବା, ତଦନ୍ତରେ କିଭଳି ସହଯୋଗ କରୁଛନ୍ତି ଥାନା ଅଧିକାରୀ, ଅଭିଯୁକ୍ତ ଧରାପଡିବା ସହ ନ୍ୟାୟ କିଭଳି ମିଳିବ ସେନେଇ ଫୋନ ମଧ୍ୟରେ କଥା ହୋଇଛନ୍ତି। ଏହା ପରେ ଟିଟିଲାଗଡ ଫୁଲବାଣୀ, ଭଦ୍ରକ, ଭଦ୍ରକ ଟାଉନ, ଆଦି ଥାନା ଗୁଡିକ ରେ ହୋଇଥିବା ଅଭିଯୋଗକାରୀଙ୍କୁ ଫୋନ ମଧ୍ୟରେ କଥା ହୋଇଛନ୍ତି।

Byte- ସତ୍ୟଜିତ ମହାନ୍ତି, କାର୍ଯ୍ୟକାରୀ ପୋଲିସ ମହାନିର୍ଦେଶକ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.