ETV Bharat / city

ବଦଳିଲେ ପୋଲିସ ମୁଖିଆ; ଅଭୟ ହେଲେ ନୂଆ ଡିଜିପି

author img

By

Published : Nov 20, 2019, 10:18 PM IST

Updated : Nov 20, 2019, 11:17 PM IST

ବଦଳିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ନୂତନ ପୋଲିସ ମୁଖ୍ୟ ହେଲେ ଅଭୟ । ଏହାସହ ଆଉ ଦୁଇ ବରିଷ୍ଠ ଅଫିସରଙ୍କ ମଧ୍ୟ ବଦଳି ।

ଅଭୟ ହେଲେ ନୂଆ ଡିଜିପି

ଭୁବନେଶ୍ବର: ବଦଳିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ବରିଷ୍ଠ ଆଇପିଏସ ଅଫିସର ଅଭୟ ହେଲେ ନୂଆ ଡିଜିପି । ସେ ଏବେ ଜାତୀୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି । ସେହିପରି ଜେଲ ଦାୟିତ୍ବରେ ଥିବା ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅଭୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପର୍ଯ୍ୟନ୍ତ ସେ ଡିଜିପି ଦାୟିତ୍ବରେ ରହିବେ ।

ବଦଳିଲେ ପୋଲିସ ମୁଖିଆ; ଅଭୟ ହେଲେ ନୂଆ ଡିଜିପି
ବଦଳିଲେ ପୋଲିସ ମୁଖିଆ; ଅଭୟ ହେଲେ ନୂଆ ଡିଜିପି

ଅନ୍ୟପଟେ ସୁନିଲ ରାୟ ଅଗ୍ନିଶମ ଓ ହୋମ ଗାର୍ଡ ନିର୍ଦ୍ଦେଶକ ହୋଇଛନ୍ତି । ବର୍ତ୍ତମାନର ଡିଜିପି ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି ।

ବଦଳିଲେ ପୋଲିସ ମୁଖିଆ
ବଦଳିଲେ ପୋଲିସ ମୁଖିଆ

ଏଠାରେ ସୂଚନାଯୋଗ୍ୟଯେ ମାତ୍ର ସାଢେ 4 ମାସରେ ବଦଳିଲେ ପୋଲିସ ଡିଜି ବିକେ ଶର୍ମା । କାରଣ ତାଙ୍କ ବିରୋଧରେ ଆସିଛି ଅନିୟମିତତା ଅଭିଯୋଗ । ସେ ଡିଜି ଅଗ୍ନିଶମ ଥିବା ସମୟରେ ଫାୟାର ସେପ୍ଟି ସାର୍ଟିଫିକେଟ ପ୍ରଦାନରେ ଅହେତୁକ ବିଳମ୍ବ କରୁଥିଲେ । ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ମେଡିକାଲ ପ୍ରତିଷ୍ଠାନ ଗୁଡିକର ଫାୟାର ସେପ୍ଟି ସାର୍ଟିଫିକେଟ ଫାଇଲ ଚାପି ରଖୁଥଲେ ।

ଏହି ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଅଛନ୍ତି । ଉକ୍ତ କମିଟି ବିକେ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ । ସୂଚନାଥାଉକି ବିକେ ଶର୍ମା ଡିଜି ଅଗ୍ନିଶମ ଥିବା ସମୟରେ ବିଭିନ୍ନ ସମୟରେ ସେ ଡିଜି ଭାବେ ତୁଳାଉଥିଲେ । ଆଜି ୟୁପିଏସସି ଅଭୟଙ୍କ ନାମକୁ ସୁପାରିଶ କରିଛି ନୂତନ ପୋଲିସ ମହାନିର୍ଦ୍ଦେଶକ ପଦ ପାଇଁ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Last Updated : Nov 20, 2019, 11:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.