ETV Bharat / city

ଅବସର ନେବେ ଅଭୟ, ନୂଆବର୍ଷରେ ଆସୁଛନ୍ତି ନୂଆ ଡିଜିପି - ଦାୟିତ୍ବ ନେବେ ନୂଆ ପୋଲିସ ଡିଜି

ଚଳିତ ବର୍ଷ ଡିସେମ୍ବର ମାସ ଶେଷକୁ ଅବସର‌ ନେବେ ଡିଜିପି ଅଭୟ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଅବସର‌ ନେବେ ପୋଲିସ ଡିିଜି ଅଭୟ । ଅଧିକ ପଢ଼ନ୍ତୁ...

ଅବସର ନେବେ ଅଭୟ, ଆସିବେ ନୂଆ ଡିଜିପି
ଅବସର ନେବେ ଅଭୟ, ଆସିବେ ନୂଆ ଡିଜିପି
author img

By

Published : Nov 10, 2021, 7:14 PM IST

Updated : Nov 10, 2021, 10:11 PM IST

ଭୁବନେଶ୍ବର: ଚଳିତ ବର୍ଷ ଡିସେମ୍ବର ମାସ ଶେଷକୁ ଅବସର‌ ନେବେ ଡିଜିପି ଅଭୟ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଅବସର‌ ନେବେ ପୋଲିସ ଡିିଜି ଅଭୟ । ଅବସର ନେଇ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଚିଠି ଆସିଛି । ଫଳରେ ଏହାପୂର୍ବରୁ ଅଭୟଙ୍କ କାର୍ଯକାଳ ବଢ଼ାଇବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି ।

ସୁପ୍ରିମକୋର୍ଟଙ୍କ ଡିଜିପି ନିଯୁକ୍ତି ନେଇ ନୂଆ ନିର୍ଦ୍ଦେଶ ଆସିବା ପରେ ଅଭୟ ରାଜ୍ୟର ପ୍ରଥମ ପୋଲିସ ମୁଖ୍ୟ ଯିଏ ପୂର୍ଣ୍ଣକାଳୀନ କାର୍ଯ୍ୟ କରିଛନ୍ତି । ଦୁଇ ବର୍ଷ ପୋଲିସ ଡିଜି ପଦବୀରେ ସେ କାର୍ଯ୍ୟ କରିଛନ୍ତି । ଅପରାଧ ମୁକ୍ତ ଏବଂ ମାଓ ମୁକାବିଲା ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅବସର ନେବେ ଅଭୟ, ଆସିବେ ନୂଆ ଡିଜିପି
ଅବସର ନେବେ ଅଭୟ, ଆସିବେ ନୂଆ ଡିଜିପି
୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ହେଉଛନ୍ତି ଅଭୟ । ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡିଜି ଭାବେ ଦାୟିତ୍ୱ ତୁଲାଉଥିଲେ । ପୂର୍ବରୁ ସେ ଓଡ଼ିଶା ପୋଲିସରେ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କରି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ ହୋଇଥିଲା । ଏହାପରେ ତାଙ୍କୁ ଗୁଇନ୍ଦା ବିଭାଗରୁ ହଟାଇ ଦିଆଯାଇଥିଲା । ପରେ ସେ ଡେପୁଟେସନରେ ଚାଲି ଯାଇଥିଲେ ।ଅଭୟଙ୍କ ପରେ କିଏ ହେବେ ପରବର୍ତ୍ତୀ ପୋଲିସ ମୁଖ୍ୟ ? ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ନୂଆ ପୋଲିସ ମୁଖ୍ୟଙ୍କୁ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହି ପଦବୀକୁ ନେଇ ଅକ୍ଟୋବର ୩୦ରେ ରାଜ୍ୟ ସରକାର ୧୪ ବରିଷ୍ଠ ଅଧିକାରୀଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଛନ୍ତି । ସେହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡ଼ାନ୍ତ ଚୟନ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (UPSC)କୁ ପଠାଇଛି । ତେବେ ଏନେଇ ବସିବାକୁ ଥିବା ବୈଠକ ବିଳମ୍ବ ହେଉଥିବା ଜଣାପଡିଛି ।

ଅନ୍ୟପଟେ ଆସନ୍ତା ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ପୋଲିସ ଡିଜି ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ପଞ୍ଚାୟତ ନିର୍ବାଚନଙ୍କୁ ଦୃଷ୍ଟିରେ ରଖି ତାଙ୍କୁ ୩ମାସ ଲାଗି ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 10, 2021, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.