ETV Bharat / city

ଭୁବନେଶ୍ୱର କୋର୍ଟରେ ଓକିଲ ପୋଲିସ ମୁହାଁମୁହିଁ, ଫାଟିଲା କନେଷ୍ଟବଳଙ୍କ ମୁଣ୍ଡ

କୋର୍ଟ ପରିସରରେ ଓକିଲ-ପୋଲିସ ମୁହାଁମୁହିଁ । ଏପରିକି କନେଷ୍ଟବଳଙ୍କ ମୁଣ୍ଡ ଫଟାଇଛନ୍ତି ଦୁଇଜଣ ଓକିଲ । ଅଧିକ ପଢ଼ନ୍ତୁ

author img

By

Published : Jun 26, 2022, 10:08 PM IST

ଭୁବନେଶ୍ବର କୋର୍ଟରେ ଅଘଟଣ: ଅଭିଯୁକ୍ତକୁ ନେବା ସମୟରେ କନେଷ୍ଟବଳଙ୍କୁ ପିଟି ମୁଣ୍ଡ ଫଟାଇଲେ ଓକିଲ

ଭୁବନେଶ୍ବର : କୋର୍ଟ ପରିସରରେ ଓକିଲ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏପରିକି କନେଷ୍ଟବଳଙ୍କ ମୁଣ୍ଡ ଫଟାଇଛନ୍ତି ଦୁଇଜଣ ଓକିଲ। ଘଟଣା ପରେ ଦୁଇ ଓକିଲଙ୍କୁ ଉଠାଇ ଆଣିଛି ବଡ଼ଗଡ଼ ପୋଲିସ । ଏଥିରେ ଜଣେ କନେଷ୍ଟବଳ ଗୁରୁତର ଥିବା ସୂଚନା ।

ସୂଚନା ମୁତାବକ ଗତକାଲି ଜଣେ ଅଭିଯୁକ୍ତକୁ ୧୦ ବର୍ଷର କାରାଦଣ୍ଡ ଶୁଣାଣି ହେବାପରେ କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଯାହାର ସମ୍ପର୍କରେ ଏଯାବତ ପୋଲିସ କୌଣସି ସୁରାକ ବି ପାଇନି । ଏହାକୁ ନେଇ କୋର୍ଟ ପରିସରରେ ପୋଲିସ ବିଭାଗକୁ କଡ଼ାକଡ଼ି କରାଯାଇଥିଲା ।

ତେବେ ଆଜି ଜଣେ ଅଭିଯୁକ୍ତ ନୟାପଲ୍ଲୀ ଥାନାରୁ କୋର୍ଟକୁ ଚାଲାଣ ହେଉଥିବାବେଳେ କୋର୍ଟ ପରିସରରେ ପୋଲିସ ସତର୍କ ରହିଥିଲା। ଏପରିକି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସେହି ସମୟରେ କନଷ୍ଟେବଳ ଜଣକ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତକୁ କୋର୍ଟକୁ ଆଣୁଥିବାବେଳେ ଦୁଇଜଣ ଓକିଲ କନଷ୍ଟେବଳଙ୍କ ସହିତ ପାଟିତୁଣ୍ଡ କରିଥିଲେ ।

ଏପରିକି ଅଭିଯୁକ୍ତ ସହ ଭିତରକୁ ଯିବେ ବୋଲି କହିଥିଲେ । ହେଲେ କନଷ୍ଟେବଳ ଏହାକୁ ବାରଣ କରିଥିଲେ । ପରେ ଉତକ୍ଷିପ୍ତ ହୋଇ ଦୁଇଜଣ ଓକିଲ କନଷ୍ଟେବଳଙ୍କ ମୁଣ୍ଡକୁ ମାରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ପୋଲିସ ଘଟଣାସ୍ଥଳରୁ କନଷ୍ଟେବଳଙ୍କୁ ଉଦ୍ଧାର କରିବାସହ ଦୁଇଜଣ ଓକିଲଙ୍କୁ ବଡ଼ଗଡ଼ ପୋଲିସ ଥାନାରେ ଆଣି ଅଟକ ରଖିଛି । ତେବେ ଦୁଇଜଣ ଓକିଲ ନିଶାସକ୍ତ ଅବସ୍ଥାରେ ଥିବା ସୂଚନାରୁ ପ୍ରକାଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.