ETV Bharat / city

ବିଧାୟକ ଅନନ୍ତଙ୍କ ନାଁରେ ଥାନାରେ ମାମଲା, ମହିଳାଙ୍କୁ ଅସଦାଚରଣ ଅଭିଯୋଗ

author img

By

Published : May 21, 2020, 7:23 PM IST

Updated : May 21, 2020, 7:34 PM IST

ଅଡୁଆରେ ମଧ୍ୟ-ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା । ତାଙ୍କ ସ୍ବାମୀ ନଥିବା ବେଳେ ଘରେ ବଳ ପୂର୍ବକ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

police-complaint-filed-against-mla-anant-narayan-jena
ବିଧାୟକ ଅନନ୍ତଙ୍କ ନାଁରେ ଥାନାରେ ଏତଲା, ମହିଳାଙ୍କୁ ଅସାଦାଚରଣ ଅଭିଯୋଗ

ଭୁବନେଶ୍ବର: ଅଡୁଆରେ ମଧ୍ୟ-ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା । ଅନନ୍ତଙ୍କ ନାମରେ ମହିଳା ଆଣିଲେ ଟଣାଓଟରା ଅଭିଯୋଗ । ଘରେ ମହିଳାଙ୍କ ସ୍ବାମୀ ନଥିବା ବେଳେ ଘରେ ବଳ ପୂର୍ବକ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଦେଇଛନ୍ତି ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

police-complaint-filed-against-mla-anant-narayan-jena
ବିଧାୟକ ଅନନ୍ତଙ୍କ ନାଁରେ ଥାନାରେ ଏତଲା, ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ତେବେ ଏହାକୁ ନେଇ ବାଘମାରୀ ଥାନାରେ ଅଭିଯୋଗ ଆଣିଛନ୍ତି ମହିଳା । ଗତ ୧୯ ତାରିଖର ଏପରି ଘଟଣା ଘଟିବା ନେଇ ଅଭିଯୋଗ ପରେ ଏତଲାକୁ ଆଧାର କରି ବିଧାୟକଙ୍କ ନାରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ । ତେବେ ମହିଳାଙ୍କ ଘରକୁ ଜବରଦସ୍ତି ଭାବେ ପଶିବା ନେଇ ଆଇପିସିର ଧାରା(୪୪୮), ମହିଳାଙ୍କ ଚୁଟି ଧରି ଟାଣିବା (୩୫୪-ବି), ଗାଳିଗୁଲଜ କରିବା (୨୯୪), ମାରିଦେବାର ଧମକ ଦେବା (୫୦୬) ଏବଂ ବନ୍ଧୁକ ଦେଖାଇବା ଆର୍ମସ ଆକ୍ଟ ସହ ସଙ୍ଘବଧ ନେଇ ୩୪ ଆପିସିରେ ମାମଲା ରୁଜୁ କରିଛି ପୋଲିସ ।

ସେପଟେ ଖୋର୍ଦ୍ଧା ଏସପି ଅଜୟପ୍ରତାପ ସ୍ବାଇଁ କହିଛନ୍ତି ଘଟଣାର ଅଭିଯୋଗ ନେଇ ତଦନ୍ତ ଚାଲିଛି । ତେବେ ଅନନ୍ତ ଜେନାଙ୍କ ସାରୁଅ ଅଞ୍ଚଳରେ ଫାର୍ମ ହାଉସରେ ଏକ ପୋଖରି ଖୋଳାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜିଛି । ଗତ ୧୯ ତାରିଖରେ ଅନନ୍ତ ଓ ତାଙ୍କର କିଛି ସହଯୋଗୀ କାର ଯୋଗେ ଯାଇ ସାରୁଅ ଅଞ୍ଚଳରେ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଉଲ୍ଲେଖ ହୋଇଛି । ଏନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଏ ସମ୍ପର୍କରେ ଜାଣି ନଥିବା କହିଛନ୍ତି । ତେବେ ନିଜ ପ୍ରତିକ୍ରିୟା ରଖିବା ପାଇଁ ସେ ଦୂରରେ ଥିବା କହି କଥା ଟାଳି ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 21, 2020, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.