ETV Bharat / city

ଅପରାଧମୁକ୍ତ ହେବ ଟ୍ବିନସିଟି: ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ

ଟ୍ବିନସିଟିରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବାର 11 ବର୍ଷ ହୋଇଥିବା ବେଳେ ଆଜି କମିଶନରେଟ ପୋଲିସକୁ ମିଳିଛନ୍ତି ସପ୍ତମ ପୋଲିସ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 21, 2019, 6:02 PM IST

ଭୁବନେଶ୍ବର: କଟକ- ଭୁବନେଶ୍ବର ଟ୍ବିନ ସିଟିର ନୂଆ ପୋଲିସ କମିଶନର ଭାବେ ଡକ୍ଟର ସୁଧାଂଶୁ ଷଡଙ୍ଗୀ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଡକ୍ଟର ଷଡଙ୍ଗୀ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂତନ ପୋଲିସ କମିଶନର ଡକ୍ଟର ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ସେ ପୂର୍ବରୁ ପାଞ୍ଚଟି ଜିଲ୍ଲାର ଜିଲ୍ଲା ଏସପି ସହ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ନୂଆ ପୋଲିସ କମିଶନର ହେବା ପରେ ଡକ୍ଟର ଷଡଙ୍ଗୀଙ୍କ ସମ୍ମୁଖରେ ରହିଛି ବହୁ ଚ୍ୟାଲେଞ୍ଜ। ଆଜି ଦାୟିତ୍ବ ଗ୍ରହଣ କରିବା ପରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସେ ସମସ୍ତ ଆଇନ ଅନୁସାରେ ସେ କାମ କରିବେ । ଟ୍ବିନସିଟିରୁ ଅପରାଧ ମୁକ୍ତ ପାଇଁ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟକରିବେ ବୋଲି କହିଛନ୍ତି । ପୋଲିସ କମିଶନର କହିଛନ୍ତି ମୋ ପୂର୍ବରୁ ଥିବା ସମସ୍ତ କମିଶନର ମଧ୍ୟ ଭଲ କାମ କରିଛନ୍ତି । ସମସ୍ତ ଅଫିସର ନିଜ ଦକ୍ଷତା ଅନୁସାରେ କାମ କରିଛନ୍ତି ।

ଆମେ ମଧ୍ୟ ଅପରାଧିଙ୍କୁ ଚିହ୍ନଟ କରିବୁ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.