ETV Bharat / state

ପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ - FAKE BILL FOR ROAD

ରାସ୍ତା କାମ ନାଁରେ ୮ ଲକ୍ଷ ଟଙ୍କା ହଡ଼ପ ଏଭିଯୋଗ । ଖୋର୍ଦ୍ଧା ବେଗୁନିଆ ମୂଳରେରେ ଏମିତି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି ।

FAKE BILL FOR ROAD
FAKE BILL FOR ROAD (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 9:21 PM IST

ଖୋର୍ଦ୍ଧା: ପୁରୁଣା ରାସ୍ତାର ଫଳକରେ ନୂଆ କୋଡ ନମ୍ବର ଲେଖି ୮ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ । ରାସ୍ତାର ନାଁ ଗନ୍ଧ ନଥିବା ବେଳେ ରାସ୍ତା କାମରେ ୮ ଲକ୍ଷ ଖର୍ଚ୍ଚ ହୋଇଥିବା ଜାଣିବା ପରେ ଲାଗିଥିବା ଫଳକକୁ ଭାଙ୍ଗି ଦେଇଛନ୍ତି । ତେବେ ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆ ମୂଳ ଗ୍ରାମରୁ । ଗାଁର ଶ୍ମଶାନ ଭୂମି ଉନ୍ନତି କରଣ ଯୋଜନାରେ ଆସିଥିବା ୮ ଲକ୍ଷ ଟଙ୍କାକୁ ଚଞ୍ଚକତା ଭାବେ ହରିଲୁଟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ଅଭିଯୋଗ କରି ନିରାଶ ହୋଇଛନ୍ତି । ଶେଷରେ ଅଭିଯୋଗ ପାଇ ଖୋର୍ଦ୍ଧା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ବୋଲଗଡ ବିଡିଓ କହିଛନ୍ତି ଘଟଣାର ବିଭାଗୀୟ ତଦନ୍ତ କରାଯିବ ।

୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ:

ରାସ୍ତା କାମ ନକରି ୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ । ରାସ୍ତା ନଥାଇ ରାସ୍ତା କାର୍ଯ୍ୟ ହୋଇଥିବା ଦେଖାଇ ମିଳିମିଶି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆ ମୂଳ ଗ୍ରାମରୁ । ବେଗୁନିଆ ମୂଳ ଗ୍ରାମର ଶ୍ମଶାନକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ଦ୍ବାରା ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୬ ଲକ୍ଷ ଟଙ୍କା । ଏହି କାମର ସବିଶେଷ ତଥ୍ୟ ଫଳକରେ ଉଲ୍ଲେଖ ରହିଥିଲା । ହେଲେ ସେହି ଶ୍ମଶାନ ଜମିର ଉନ୍ନତିକରଣ ପାଇଁ ଆଉ ୮ ଲକ୍ଷ ଟଙ୍କା ମଞ୍ଜୁର ହେବାପରେ ପୁରୁଣା ଫଳକରେ କେବଳ ନୂଆ କାମର କୋଡ ନମ୍ବର ଲେଖି କୌଣସି କାମ ନକରି ସମ୍ପୂର୍ଣ୍ଣ ଟଙ୍କା ବ୍ଲକରୁ ଉଠାଇ ନିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

FAKE BILL FOR ROAD (ETV Bharat Odisha)
ଭିଜିଲାନ୍ସ ତଦନ୍ତ ଜାରି:

ଯେଉଁ ରାସ୍ତାରେ ୮ ଲକ୍ଷ ଖର୍ଚ୍ଚ ହୋଇଥିବା ଫଳକେରେ ଲେଖା ଯାଇଛି ସେ ରାସ୍ତାରେ ମାଟି ମଧ୍ୟ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଡି ମଟରତ ଦୂରର କଥା ଏହି ରାସ୍ତାରେ ପାଦରେ ଚାଲିକିଯିବା ମଧ୍ୟ ଅସମ୍ଭବ । ତେବେ ଏହି ହରିଲୁଟ ଖବର ପାଇବାପରେ ଗ୍ରାମବାସୀ ଘଟଣାର ଖୋଳତାଡ କରିବାପରେ ରାତି ଅଧିଆ ଫଳକକୁ ଭାଙ୍ଗି ଦିଆଯାଇଛି । ଏହି ୮ ଲକ୍ଷ ହଡପ ଘଟଣାରେ ପଞ୍ଚାୟତର ଲୋକପ୍ରତିନିଧିଙ୍କ ସହିତ ବ୍ଲକ କାର୍ଯ୍ୟାଳୟର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ । ହେଲେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଖୋର୍ଦ୍ଧା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅନିୟମିତତା ହୋଇଥିବା ସ୍ଥାନୀୟ ସରପଞ୍ଚ ସ୍ବୀକାର କରିବା ସହିତ ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ସ୍ବାଗତ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ଏସମ୍ପର୍କରେ ଭିଜିଲାନ୍ସ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବୋଲଗଡ ବିଡିଓ କହିଛନ୍ତି ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

FAKE BILL FOR ROAD
FAKE BILL FOR ROAD (ETV Bharat Odisha)
'ଧରାପଡ଼ିଯିବା ଭୟରେ ଫଳକ ଭାଙ୍ଗି ଦିଆଯାଇଛି':

ଏନେଇ ବେଗୁନିଆ ମୂଳ ଗ୍ରାମର ସର୍ବେଶ୍ଵର ମାର୍ଥା କହିଛନ୍ତି, "ମନରେଗା ଅଧିନରେ କାଳିଗିରି ରୋଡ ପାଇଁ ଆସିଥିବା ୮ ଲକ୍ଷ ଟଙ୍କାର ଜାଲ ବିଲ୍‌ ହୋଇଛି । ଏକଥା ଜାଣିବାପରେ ଗ୍ରାମବାସୀମାନେ ସମିତିସଭ୍ୟଙ୍କୁ କାମ ବିଷୟରେ ପଚାରିଥିଲୁ । ସେ କିଛି ଜାଣିନଥିବା କହିଥିଲେ । ପରେ ଏନେଇ ଆମେ ଜିଲ୍ଲାପାଳ, ବିଡ଼ିଓଙ୍କୁ ଅଭିଯୋଗ କରି ନିରାଷ ହେବା ପରେ ଭିଜିଲାନ୍ସ ତଦନ୍ତ ପାଇଁ ଜଣାଇଥିଲୁ । ଭିଜିଲାନ୍ସ ତଦନ୍ତରେ ଧରାପଡ଼ିଯିବା ଭୟରେ ଫଳକ ବୋର୍ଡକୁ ରାତି ଅଧିଆ ଭାଙ୍ଗି ଦିଆଯାଇଛି । ଆମେ ଦାବି କରୁଛୁ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ନୂତନ ରାସ୍ତା ନାମରେ ଟଙ୍କା ହଡପ:

FAKE BILL FOR ROAD
FAKE BILL FOR ROAD (ETV Bharat Odisha)

ଗ୍ରାମବାସୀ ପ୍ରଭାତ କୁମାର ବାରିକ କହିଛନ୍ତି, "ଗୋଟିଏ ଫଳକରେ ୨ଟି କାମ କରାଯାଇଛି । କିନ୍ତୁ ଗୋଟିଏ କାମ କରାଯାଇ ଆଉ ଏକ କାମର ଟଙ୍କାକୁ ମିଳିମିଶି ସମସ୍ତେ ହଡପ କରିଛନ୍ତି । ଭୁବନେଶ୍ବର ଭିଜିଲାନ୍ସ ଏହାର ତଦନ୍ତ କରୁଛନ୍ତି । ଆଶା କରୁଛୁ ଭିଜିଲାନ୍ସ ଏହାର ସଠିକ ତଦନ୍ତ କରି ଯେଉଁମାନେ ଏଥିରେ ଦୋଷୀ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବେ।"

ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ଚମ୍ପତ୍ତି କହିଛନ୍ତି, "କାଳିଗିରି ନଦୀକୁ ନୂତନ ରାସ୍ତା ନାମରେ ଟଙ୍କା ହଡପ କରାଯାଇଛି । ଗ୍ରାମବାସୀ କରିଥିବା ଫଳକରେ ମିଥ୍ୟା ତଥ୍ୟ ଲେଖି ଟଙ୍କା ହଡପ କରାଯାଇଛି ।" ଗ୍ରାମବାସୀ ଭ୍ରମରବର ଚମ୍ପତ୍ତି କହିଛନ୍ତି, "ଶ୍ମଶାନ ଭୂମି ଉନ୍ନତିକରଣ ପାଇଁ ୬ ଲକ୍ଷ ଟଙ୍କା ଆସିଥିଲା । ଗାଁ କମିଟି ମାଧ୍ୟମରେ ଏହି କାର୍ଯ୍ୟ କରାଯାଇଥିଲା । ସେ ପୁରୁଣା କାର୍ଯ୍ୟର ଫଳକରେ ୮ ଲକ୍ଷ ଟଙ୍କାର ରାସ୍ତା କାମ କରାଯାଇବା ଲେଖି ଟଙ୍କା ହଡ଼ପ କରିଛନ୍ତି । ଏନେଇ ବିଡିଏ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇବା ପରେ କିଛି ସୁଫଳ ନ ହେବାରୁ ଭିଜିଲାନ୍ସ ପାଖରେ ଅବିଯୋଗ କରିଥିଲୁ । ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ ଚାଲିଛି ।"

FAKE BILL FOR ROAD
FAKE BILL FOR ROAD (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା ପାଇଁ ରାସ୍ତାରୋକ, ବାଙ୍କୀ-ସିମର ରାସ୍ତାରେ ଯାତାୟାତ ଠପ

'ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ':

ସପଟେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ରାଉତରାୟ କହିଛନ୍ତି, "ମୋ ଡଙ୍ଗଲ ଜିଆରଏସଙ୍କ ପାଖରେ ରହୁଥିଲା । ଗ୍ରାମବାସୀଙ୍କ ଠାରୁ ଏ ଘଟଣା ବିଷୟରେ ଜଣିବା ପରେ ୩ ଜଣ ମିଶି ଏଥିରେ ଘୋଟାଲା କରିଥିବା ଜାଣି ବିଡିଓଙ୍କୁ ଦରଖାସ୍ତ ଦେଇ ମୋ ଦଙ୍ଗଲକୁ ଆଣି ମୋ ପାଖରେ ରଖିଛି । ଜିଆରଆସ ଏକ ଫାଇଲରେ ଜୋରଜବରଦସ୍ତ ଦସ୍ତଖତ କରିବାକୁ କହିଥିଲେ । ମୁଁ ନ କରିବାରୁ ମୋତେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏନେଇ ମୁଁ ପୋଲିସ ପାଖରେ ଅଭିଯୋଗ କରିଛି ।" ସେହିପରି ଘଟମାକୁ ନେଇ ବୋଲଗଡ ବିଡିଓ ଶରତଚନ୍ଦ୍ର ମଲ୍ଲିକ କହଛନ୍ତି, "ଏନେଇ ବିଭାଗୀୟ ତଦନ୍ତ ଚାଲିଛି । ଭିଜିଲାନ୍ସ ମଧ୍ୟ ତଦନ୍ତ କରୁଛି । ଯିଏ ଦୋଷୀ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.