ଭୁବନେଶ୍ବର: ପୋଲିସ କମିଶନରଙ୍କ ଖଣ୍ଡଗିରି ଥାନାକୁ ଅଚାନକ ଗସ୍ତ। ଥାନା ପରିଦର୍ଶନ କରିବା ସହ ସମସ୍ୟା ବୁଝିଲେ ନୂଆ କମିଶନର ଡ଼ଃ ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ନେବା ପରେ ନୂତନ ଢାଞ୍ଚାରେ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ନେଇ ଭୁବନେଶ୍ବର ଓ କଟକ ଥାନା ବୁଲି ସେ ସମୀକ୍ଷା କରିଛନ୍ତି ।
ଥାନାରେ କିପରି ସମସ୍ୟା ରହୁଛି । ଅଭିଯୋଗକାରୀଙ୍କୁ କିଭଳି ବ୍ୟବହାର କରାଯାଉଛି। ଏଥିସହ ଦାୟର ହେଉଥିବା ମାମଲାର ତଦନ୍ତ କିପରି କରାଯାଉଛି । ଏସବୁର ତଦାରଖ କରି ଆଇନ ଶୃଙ୍ଖଳା ଅଧିକ ସୁଦୃଢ କରାଯିବା ନେଇ ଆଲୋଚନା କରିଛନ୍ତି । ଏହା ସହ ପୁରୁଣା ଢାଞ୍ଚାକୁ ବାଦ ଦେଇ କିଭଳି ନୂଆ ଆକାରରେ ଅପରାଧ ନିୟନ୍ତ୍ରଣ କରି ହେବ ସେ ନେଇ ଥାନା ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ଭୁବନେଶ୍ବର ନୟାପଲ୍ଲୀ ଓ କଟକର ସିଡିଏ ଥାନା ପରିଦର୍ଶନରେ ଯାଇଥିଲେ ନୂତନ ପୋଲିସ କମିଶନର ସୁଂଧାଣୁ ଷଡଙ୍ଗୀ । ପୋଲିସ କମିଶନରଙ୍କ ସହ ଅତିରିକ୍ତ କମିଶନର ସଞ୍ଜୟ ସିଂ ଓ ଭୁବନେଶ୍ବର ଡିସିପି ଅନୁପ ସାହୁ ମଧ୍ୟ ଖଣ୍ଡଗିରି ଥାନା ପରିଦର୍ଶନରେ ଆସିଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ