ଭୁବନେଶ୍ବର: #AskmeAnything ଜରିଆରେ ଜନ ସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ପୋଲିସ କମିଶନର । ଟ୍ବିନ ସିଟିର ଅନେକ ସମସ୍ୟା ଓ ତାହାର ସମାଧାନ ନେଇ ସାଧାରଣ ଜନତାଙ୍କ ସହ ଆଲୋଚନା କରୁଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ନାରୀ ସଶକ୍ତିକଣ ସହ ଝିଅମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପ୍ରତିଶ୍ରୃତି ଦେଇଛନ୍ତି ସେ। ଏଥିସହ ଡାଏଲ 100 ସୁବିଧା ସୁଧାରିବା ଓ ନାରୀ ନିର୍ଯାତନା ଉପରେ ଗୁରୁତ୍ବ ଦିଆଯିବ କହିଲେ ପୋଲିସ କମିଶନର । ପାଖାପାଖି 300ଟି ପ୍ରଶ୍ନର ଉତ୍ତର ରଖିବେ ଷଡ଼ଙ୍ଗୀ ।
ଟ୍ବିଟରରେ ପ୍ରଶ୍ନ ଓ ଟ୍ବିଟରରେ ଉତ୍ତର । ଲୋକଙ୍କ ସହ ଯୋଡି ହେବାକୁ ଏଭଳି ପଦକ୍ଷେପ ନେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଲୋକଙ୍କୁ ଟ୍ବିଟର ଜରିଆରେ ତାଙ୍କୁ ପ୍ରଶ୍ନ କରିବାକୁ କହିବା ସହ ତାର ଉତ୍ତର ଦେବେ ବୋଲି ସେ ଗତ 9 ତାରିଖରେ ଟ୍ବିଟର ମାଧ୍ୟମରେ ଜଣାଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ