ଭୁବନେଶ୍ବର: କୋରୋନା ଦାଉରେ ସଭିଏଁ କଲବଲ । ସମସ୍ତଙ୍କୁ ସଂକ୍ରମଣର ଡର । ସଚେତନା କରିବାକୁ ପୋଲିସଠୁ ରାଜନେତା ସମସ୍ତେ ଏକାଠି । ଏହି ଅବସରରେ ଖଣ୍ଡଗିରିର ଜୀବନଜ୍ୟୋତି ସେବାଶ୍ରମରେ ପହଞ୍ଚିଥିଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଛୋଟ ପିଲାଙ୍କୁ କୋରୋନା ମୁକାବିଲା ପାଇଁ ଦେଇଥିଲେ ସେଫ୍ଟି ଟିପ୍ସ । ଆଉ ସେବାଶ୍ରମର ୧୫୦ ପିଲାଙ୍କୁ ବାଣ୍ଟିଥିଲେ ମ୍ୟାଗି, ବିସ୍କୁଟ, ସାନିଟାଇଜର ଓ ସାବୁନ । ସେହିପରି ସାମାଜିକ ଦୂରତ୍ବ ବଜାୟ ରଖିବାର ଶିଖାଇଥିଲେ ମନ୍ତ୍ର ।
ଅଭୟ ଫାଉଣ୍ଡେସନ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଟ୍ରାଫିକ ଡିସିପି ସାଗରିକା ନାଥ, ଅଭୟ ଫାଉଣ୍ଡେସନର ପ୍ରମୋଦିନୀ ହରିଚନ୍ଦନ, ଶିଲା ପଟ୍ଟନାୟକ, ଖୋର୍ଦ୍ଧା ଡିସିପିଓ ବାଣିଶ୍ରୀ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଲତା ଦେଓ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ସମସ୍ତେ କୁନି ପିଲାଙ୍କ ସମସ୍ୟା ବୁଝି ସେମାନଙ୍କ ମନୋବଳ ବଢାଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ