ETV Bharat / city

ଆକ୍ସନ ମୁଡରେ କମିଶନରେଟ ପୋଲିସ, ଅପରାଧୀଙ୍କ ଉପରେ ରହିବ କଡା ନଜର

୭୧ ବର୍ଷ ମଧ୍ୟରେ ଭୁବନେଶ୍ୱରର ପରିସୀମା ପରିବ୍ୟାପ୍ତ ହେବା ସହ ଜନସଂଖ୍ୟା ହୁ ହୁ ଭାବରେ ବଢ଼ିବାରେ ଲାଗିଛି। ରାଜଧାନୀର ଅପରାଧ ଓ ଆଇନ୍ ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି।

author img

By

Published : Apr 13, 2019, 9:11 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର : ୭୧ ବର୍ଷ ମଧ୍ୟରେ ଭୁବନେଶ୍ୱରର ପରିସୀମା ପରିବ୍ୟାପ୍ତ ହେବା ସହ ଜନସଂଖ୍ୟା ହୁ ହୁ ଭାବରେ ବଢ଼ିବାରେ ଲାଗିଛି। ରାଜଧାନୀର ଅପରାଧ ଓ ଆଇନ୍ ଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ୭୧ ବର୍ଷ ପୂରଣ ହେବା ଅବସରରେ କମିଶନରେଟ ପୋଲିସର ଅନେକ ଯୋଜନା ରହିଛି। ସହରର ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନା ଉପରେ ପଦକ୍ଷେପ ଗ୍ରହଣ କରାଯିବ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ବଢିବ ପିସିଆର୍ ସଂଖ୍ୟା

ପୂର୍ବ ଅପେକ୍ଷା ରାଜଧାନୀରେ ଜନସଂଖ୍ୟା ଢେର ବଢିବାରେ ଲାଗିଛି। ପୋଲିସ କଣ୍ଟ୍ରୋଲ ରୁମକୁ ପ୍ରତିଦିନ ୪ ହଜାରରୁ ଅଧିକ ଫୋନ କଲ୍ ଆସୁଛି। ହେଲେ ୨୦୦ ସହ କଲ୍ ରିସିଭି କରିବାକୁ ସକ୍ଷମ ହେଉଛନ୍ତି। ୩୫ଟି ପିସିଆର ରହିଥିବାବେଳେ ଏବେ ଏହାକୁ ୪୫ ରୁ ୫୦ କରିବା ପାଇଁ ଯୋଜନା ରହିଛି। ପିସିଆର ଭ୍ୟାନ କମ୍ ଥିବାରୁ ଠିକ୍ ସମୟରେ ପିସିଆର୍ ଭ୍ୟାନ ଘଟଣାସ୍ଥଳକୁ ପାହଞ୍ଚିପରୁନାହିଁ। ଏଥି ପ୍ରତି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବାବେଳେ ଅଧିକ ପିସିଆର୍ ଭ୍ୟାନ ସହ ପିସିଆର କର୍ମଚାରୀଙ୍କ ନିଯୁକ୍ତି କରାଯିବ ବୋଲି ଯୋଜନା ରଖିଛି କମିଶନରେଟ ପୋଲିସ।

ବ୍ରାଉନସୁଗର୍ ବେପାରୀଙ୍କ ଉପରେ ରହିବ ନଜର

ସହରରେ ବଢୁଥିବା ଅପରାଧକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ। ନିଶା କାରବାର କରିବା ଏବେ ଅପରାଧୀଙ୍କ ନିଶା ପାଲଟିଛି । ରାଜଧାନୀରେ ବ୍ରାଉନସୁଗାର କାରବାରକୁ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଉଥିବାବେଳେ ଏଥିପାଇଁ କମିଶନରେଟ ପୋଲିସ ମଧ୍ୟ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରିଛି। ରାଜଧାନୀରେ ଦିନକୁ ଦିନ ନିଶା ବେପାରୀଙ୍କ ବେପାର ବଢ଼ିବାରେ ଲାଗିଛି। ଏଥିପ୍ରତି ଯୁବପିଢିମାନେ ଆକୃଷ୍ଟ ହେଉଥିବାବେଳେ ଅପରାଧୀମାନେ ଅପରାଧ ଘଟାଇବାକୁ ପଛାଉ ନାହାଁନ୍ତି। ଯେଉଁମାନେ ଜେଲରୁ ବାହାରୁଛନ୍ତି, ସେମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନର ସତ୍ୟଜିତ ମହାନ୍ତି।

ପ୍ରତିଷ୍ଠା ହେବ ନୂଆ ସାଇବର ଥାନା

ରାଜଧାନୀରେ ପ୍ରତିଷ୍ଠା ହେବ ସାଇବର ଥାନା। ବିଭିନ୍ନ ସମୟରେ ଅଭିଯୋଗକୁ ନେଇ ସହର ବାହାରକୁ ଯିବାକୁ ପଡୁଛି। ରାଜଧାନୀରେ ଏକ ସାଇବର ଥାନା ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଖୁବ ଶୀଘ୍ର ହେବ ଆଉ ଏକ ପୋଲିସ ଥାନା। ଖଣ୍ଡଗିରି ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆଉ ଏକ ଥାନାର ଆବଶ୍ୟକତା ରହିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଏକ ଥାନାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ସେଥିପରି ସହିଦ ନଗର, ଲକ୍ଷ୍ମୀସାଗର୍ ଓ ମଞ୍ଚେଶ୍ୱର୍ ଥାନା ଅଂଚଳରେ ଜନସଂଖ୍ୟା ବୃଦ୍ଧି ପାଇଛି। ଏହି ପରି ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଥାନାରେ ଅନେକ ସଂଖ୍ୟାରେ ମାମଲା ପଡ଼ିରହିଛି । ଏହାର କିଭଳି ସମାଧାନ କରାଯିବ, ସେ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଯୋଜନା ରଖାଯାଇଛି।

ସହରରେ ଲାଗିବ ନୂଆ ସିସିଟିଭି କ୍ୟାମେରା

ସମଗ୍ର ରାଜଧାନୀ ଉପରେ ନଜର ରଖିବ କମିଶନରେଟ୍ ପୋଲିସ। ଏବେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏହାକୁ ନେଇ ଖୁବ ଶୀଘ୍ର କଣ୍ଟ୍ରୋଲ ରୁମ ସହ ସଂଯୋଗ କରାଯିବ । ସିସିଟିଭି ୪୦୦ ବଢିବା ସହ ଅପରାଧ ଘଟାଇଥିବା ଅପରାଧୀ ଙ୍କ ଉପରେ ନଜର ରହିବା । ଏକ ଡିଜିଟାଲ ସିଟି କରିବା ପାଇଁ ଯୋଜନା ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.