ETV Bharat / city

କଂଗ୍ରେସ ଭବନରେ ପୋଲିସର ଆକ୍ରମଣ ଘଟଣା: ଅଡୁଆରେ କମିଶନରେଟ ପୋଲିସ

କଂଗ୍ରେସ ଭବନରେ ପୋଲିସର ବର୍ବରତା ଘଟଣା । ଟାର୍ଗେଟରେ ଦୁଇ ବରିଷ୍ଠ ପୋଲିସ ଅଫିସରଙ୍କ ଭୂମିକା । ଉକ୍ତ ଦୁଇ ଅଫିସରଙ୍କ ନେତୃତ୍ବରେ ପୋଲିସ ପ୍ରୋଟୋକଲ ଭାଙ୍ଗିଥିବା ଚର୍ଚ୍ଚା ହେଉଥିବାବେଳେ କମିଶନରେଟ୍ ପୋଲିସକୁ ଘାରିଛି ଏବେ କାର୍ଯ୍ୟାନୁଷ୍ଠାନ ଭୟ । ଅଧିକ ପଢନ୍ତୁ

author img

By

Published : Dec 14, 2021, 9:52 AM IST

କଂଗ୍ରେସ ଭବନରେ ପୋଲିସର ଆକ୍ରମଣ ଘଟଣା: କାହା ମୁଣ୍ଡରେ ଝୁଲୁଛି କାର୍ଯ୍ୟାନୁଷ୍ଠାର ଖଣ୍ଡା ?

ଭୁବନେଶ୍ବର: ଅଡୁଆରେ କମିଶନରେଟ ପୋଲିସ । ଘନଉଛି କଂଗ୍ରେସ ଭବନ ପୋଲିସ ଆକ୍ରମଣ ଭୟ । ଗତ ୧୦ ତାରିଖରେ କଂଗ୍ରେସ ଭବନରେ ପଶି ପୋଲିସର ଲାଠିଚାର୍ଜ ଘଟଣାରେ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି । ପୋଲିସର ଲାଠିଚାର୍ଜକୁ ନେଇ ଏବେ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ତୁମ୍ବି ତୋଫାନ ଆରମ୍ଭ ହୋଇଗଲାଣି । କୋରାପୁଟ ସାଂସଦ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ଏବେ ସବୁ ଜିଲ୍ଲାର ଏସପି କାର୍ଯ୍ୟାଳୟ ଘେରାଉ ପାଇଁ କଂଗ୍ରେସ କରିବ ହାଲ୍ଲାବୋଲ । ସେପଟେ ପୋଲିସର ଏହି ବର୍ବରତା ଘଟଣାରେ ଟାର୍ଗେଟକୁ ଆସିଛି ଦୁଇ ବରିଷ୍ଠ ପୋଲିସ ଅଫିସରଙ୍କ ଭୂମିକା । ଉକ୍ତ ଦୁଇ ଅଫିସରଙ୍କ ନେତୃତ୍ବରେ ପୋଲିସ ପ୍ରୋଟୋକଲ ଭାଙ୍ଗିଥିବା ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ସମୟରେ ସେହି ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକାକୁ ନେଇ ଘନଉଛି ବିବାଦ । କିଏ ସେହି ପାୱାରଫୁଲ ଏସିପି(ACP) ଯିଏକି ଏଭଳି ଭିତରି ନିଷ୍ପତ୍ତି ନେଉଛନ୍ତି ? ଯାହାଙ୍କ ନେତୃତ୍ବରେ ବସୁଛି ବରିଷ୍ଠ ଅଫିସରଙ୍କ ସନ୍ଧ୍ୟାକାଳୀନ ବୈଠକ ଏବଂ ତିଆରି ହେଉଛି ସହରର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣର ରୂପରେଖ ? ଏଭଳି ଅନେକ ପ୍ରଶ୍ନ ଏବେ ଘୁରିବୁଲୁଛି । ଏ ସଂକ୍ରାନ୍ତରେ ଭୁବନେଶ୍ବର ଡିସିପିଙ୍କୁ ପ୍ରଶ୍ନ କଲେ ସେ କ୍ରାଇମ ଡିସିପି କହି ପ୍ରଶ୍ନକୁ ଏଡାଇ ଦେଉଥିବା ବେଳେ ସେପଟେ ପୋଲିସ କମିଶନର ମଧ୍ୟ ମୁହଁ ଖୋଲୁନାହାନ୍ତି ।

ଅପରପକ୍ଷେ କଂଗ୍ରେସ ଭବନରେ ପଶି ଲାଠିଚାର୍ଜ ପ୍ରସଙ୍ଗରେ ପୋଲିସ ଅଫିସରଙ୍କୁ ଏବେ ଘାରିଛି କାର୍ଯ୍ୟାନୁଷ୍ଠାନ ଭୟ । ଘଟଣାରେ ରାଜଧାନୀର କିଛି ଅଫିସରଙ୍କ ଆଡକୁ ଆଙ୍ଗୁଳି ଉଠିଥିବାବେଳେ କିଏ ଦେଇଥିଲା କମାଣ୍ଡ ଏବଂ କାହା ଇସାରାରେ ପୋଲିସ ଫୋର୍ସ କଂଗ୍ରେସ ଭବନରେ ପଶିବାକୁ ସାହାସ କଲେ ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଭୟ ଘାରିଛି । ସେପଟେ ଏହି ଘଟଣାରେ ଜଣେ ପାଓ୍ବାରଫୁଲ ଏସିପି(ACP) ଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ବରିଷ୍ଠ ଅଫିସରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର‌ କାରଣ ପାଲଟିଛି । କଂଗ୍ରେସ ଭବନ ପ୍ରସଙ୍ଗ ଦୁଇ ବରିଷ୍ଠ ଅଫିସରଙ୍କ ପାଇଁ ଅଡୁଆ ସୃଷ୍ଟି କରିବା ସହ ଏବେ ନିଜ ନିଜ ଚାକିରୀ ବଞ୍ଚାଇବା ଚିନ୍ତା ସେମାନଙ୍କୁ ଘାରିଛି । ତେବେ କିଏ ସେହି ପାୱାରଫୁଲ ଏସିପି(ACP) ଯାହାଙ୍କ ପୋଲିସ କମିଶନର ଓ ଡିସିପିଙ୍କ ଉପରେ ମଧ୍ୟ ସୁପରପାୱାର କାମ କରୁଛି, ତାହା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ସାଜିଛି ।

ଏହି ମାମଲା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ତେଣୁ ଯଥାଶୀଘ୍ର ଘଟଣାର ସମାଧାନ ପାଇଁ ସୂତ୍ର ଖୋଜା ପଡିଛି । ପୂର୍ବରୁ କଂଗ୍ରେସ ନେତା ନରସିଂହ ମିଶ୍ର ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ କଡା ଭତ୍ସନା କରିଥିବାବେଳେ ପିଏମଜିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଲାଠିଚାର୍ଜ ଏକ ପୂର୍ବ ଯୋଜନା କହି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । କଂଗ୍ରେସ ନେତାଙ୍କ କହିବା ମୁତାବକ ଲାଠିଚାର୍ଜ ପୂର୍ବରୁ ପୋଲିସ ସଠିକ୍ ପ୍ରୋଟୋକଲ ଅନୁସରଣ କରିନଥିଲା । ବିରୋଧ ବେଳେ ପାଣିମାଡ ନ କରାଯିବା ସହ ଡାକବାଜିରେ ଲାଠି ଚାର୍ଜ ପାଇଁ ଆଗୁଆ ତାଗିଦ କରାଯାଇନଥିଲା । ପ୍ରୋଟୋକଲ ଭାଙ୍ଗି ଅତର୍କିତ ଭାବେ ଲାଠିଚାଳନା ପାଇଁ କିଏ ଅନୁମତି ଦେଇଥିଲା ଓ କାହା ଇସାରାରେ ପୋଲିସ କଂଗ୍ରେସ ଭବନରେ ପଶିଥିଲା ତାହାକୁ ନେଇ ବିବାଦ ଘନଉଛି । ତେବେ ଜାତୀୟ ଦଳର କାର୍ଯ୍ୟାଳୟରେ ପଶି ଆକ୍ରମଣ ଘଟଣା କିଛି ଅଫିସରଙ୍କ ପାଇଁ ଅଶୁଭ ସଙ୍କେତ ହୋଇପାରେ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.