ଭୁବନେଶ୍ବର: ମହଙ୍ଗା ପଡିଲା ଦଲାଲଗିରି । କ୍ୟାପିଟାଲ ହସପିଟାଲରୁ ରୋଗୀଙ୍କୁ ଅନ୍ୟତ୍ର ପଠାଇ ଗିରଫ ହେଲେ ୪ଜଣ । ରୋଗୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କମ ଖର୍ଚ୍ଚରେ ଚିକିତ୍ସା କରାଇଦେବା କହି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ପଠାଉଥିଲେ ଏହି ଦଲାଲ ମାନେ।
ତେବେ ଏନେଇ କମିଶନରେଟ ପୋଲିସରେ ଅଭିଯୋଗ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ କୁମାର ବେହେରା, ବିଭୁତି ଭୁଷଣ ବିନୋଦ, ଶ୍ରୀକାନ୍ତ ପୃଷ୍ଟି, ଲକ୍ଷ୍ମୀଧର ମଲ୍ଲୀକ। ଆଇପିସିର ଧାରା ୪୨୦, ୪୧୭, ୩୪୧, ୩୨୩, ଆରଡବ୍ଲୁ ସେକ୍ସନ ୩ ବି, ଓଏମଏସପି ଏବଂ ଏମଏସଆଇ ୨୦୦୮ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା ଇଟିଭି ଭାରତ