ETV Bharat / city

ବ୍ୟାଙ୍କ ଲେଡିଙ୍କୁ ପ୍ରେମ କରି ଠକିଦେଲେ ଏମ୍ସ ଡାକ୍ତର, ବାନ୍ଧିଲା ପୋଲିସ

ରୋଗି କନସଲଟ ଆଳରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଡାକ୍ତର । ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହେବାରୁ ଧୋକା ଦେଲେ ଏମ୍ସ ଡାକ୍ତର । ଅଭିଯୋଗ ପରେ ଏମ୍ସ ଡାକ୍ତର ଗିରଫ । ଅଧିକ ପଢନ୍ତୁ

author img

By

Published : Oct 18, 2022, 8:04 PM IST

Updated : Oct 18, 2022, 8:59 PM IST

ବ୍ୟାଙ୍କ ଲେଡିଙ୍କୁ ପ୍ରେମ କରି ଠକିଦେଲେ ଏମ୍ସ ଡାକ୍ତର

ଭୁବନେଶ୍ବର: ବ୍ୟାଙ୍କ ଲେଡିଙ୍କୁ ପ୍ରେମ କରୁଥିଲେ ହୃଦୟ ବିଭାଗର ଡାକ୍ତର । ହସ୍ପିଟାଲରେ ପ୍ରେମ ନିବେଦନ ପରେ ହୋଟେଲରେ କଟିଲା ରାତି, ଯୁବତୀ ଗର୍ଭବତୀ ହେବା ପରେ ତୁଟିଗଲା ପ୍ରେମ ସମ୍ପର୍କ । ଆଉ ତାପରେ ଧରା ଛୁଆଁ ନଦେଇ ଧୋକା ଦେବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବର ଏମ୍ସର ଡାକ୍ତର ଜୟଦୀପ ଦାସ ଗୁପ୍ତା‌ । ଯେକି ଏମ୍ସରେ ହୃଦୟ ( cardiology )ବିଭାଗରେ କାମ କରୁଛନ୍ତି ।

ଘଟଣାଟି ଥିଲା ଏମିତି

ମହିଳା ଜଣଙ୍କ ରୁପାଲି ଛକରେ ଥିବା ଏକ ବ୍ୟାଙ୍କରେ କାମ କରନ୍ତି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ଡାକ୍ତର ଜୟଦୀପ ଦାସ ଗୁପ୍ତା‌ଙ୍କ ସହ ବ୍ୟାଙ୍କ ଲେଡିଙ୍କ ସହ ରୋଗି କନସଲଟ ଆଳରେ ଭାବ ହୋଇଥିଲା । ପରେ ଡାକ୍ତର ଜଣଙ୍କ ଯୁବତୀ ଜଣଙ୍କୁ ପ୍ରେମ ନିବେଦନ କରିବା ପରେ ପରେ ବଢିଥିଲା ସମ୍ପର୍କ । ବିବାହର ପ୍ରତିଶୃତି ଦେଇ ହୋଟେଲରେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଡାକ୍ତର ବାବୁ । ଏହାପରେ ଯୁବତୀ ଜଣଙ୍କ ଗର୍ଭବତି ହେବା ପରେ ଆଉ ଧରାଛୁଆଁ ଦେଲେ ନାହିଁ ହୃଦୟ ବିଭାଗର ଡାକ୍ତର ।

ଏହା ମଧ୍ୟ ପଢନ୍ତୁ-Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

ଶେଷରେ ଡାକ୍ତରଙ୍କ ବିରୋଧରେ ଥାନାରେ ପ୍ରେମ ପ୍ରତାରଣାର ଅଭିଯୋଗ ଆଣିଥିଲେ ଯୁବତୀ ଜଣଙ୍କ । ଏନେଇ ପୋଲିସ ଅଭିଯୋଗକୁ ଆଧାର କରି ଅଭିଯୁ୍କ୍ତ ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ଗିରଫ କରି ଆଇପିସିର ଧାରା 493,417,323,420,506ରେ କୋର୍ଟ ଚାଲାଣ କରିଥିଲା। ପରେ ବିଚାର ବିଭାଗୀୟ ହାଜତ ଝାରପଡା ଜେଲକୁ ପଠାଇ ଦେଲେ କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Oct 18, 2022, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.