ETV Bharat / city

କୋମାରେ ପୋକ୍ସୋ କୋର୍ଟ: ଢିଲା ବ୍ୟବସ୍ଥା ଯୋଗୁଁ ଖସୁଛି ଦୋଷୀ, ସରୁନି ଶୁଣାଣୀ

କୋମଳତାକୁ ଶକ୍ତ ପ୍ରହାର, କାମାନ୍ଧଙ୍କ ଟାର୍ଗେଟରେ କଅଁଳ ଶିଶୁ । ଓଡିଶାରେ ବଢିଚାଲିଛି ଶିଶୁ ନିର୍ଯାତନା ମାମଲା ସଂଖ୍ୟା । ଖାକିର ଅବହେଳା ଯୋଗୁଁ ଫାଇଲ ତଳେ ବନ୍ଦ ପଡିଛି ମାମଲା । ଏଣୁ ଆଇନକୁ କଠୋର କରି ପ୍ରତି ଜିଲ୍ଲାରେ ହେବା ଦରକାର ପୋକ୍ସୋ କୋର୍ଟ....

କୋମାରେ ପୋସ୍କୋ କୋର୍ଟ:  ଢିଲା ବ୍ୟବସ୍ଥା ଯୋଗୁଁ ଖସୁଛି ଦୋଷୀ,  ସରୁନି ଶୁଣାଣୀ

author img

By

Published : Mar 25, 2021, 9:27 PM IST

ଭୁବନେଶ୍ବର: ଦେଶରେ ବଢୁଥିବା ଶିଶୁ ନିର୍ଯ୍ୟାତନା ମାମଲାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପୋକ୍ସୋ କୋର୍ଟ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପରେ 100ରୁ ଅଧିକ ଶିଶୁ ନିର୍ଯାତନା ମାମଲା ରିପୋର୍ଟ ହୋଇଥିବା ଜିଲ୍ଲାରେ ତୁରନ୍ତ ସ୍ବତନ୍ତ୍ର କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

କୋମାରେ ପୋକ୍ସୋ କୋର୍ଟ: ଢିଲା ବ୍ୟବସ୍ଥା ଯୋଗୁଁ ଖସୁଛି ଦୋଷୀ, ସରୁନି ଶୁଣାଣୀ

ଏପଟେ, ଉଦବେଗଜନକ ସ୍ଥିତିରେ ରାଜ୍ୟର ଶିଶୁ ଯୌନ ନିର୍ଯାତନା ମାମଲା । ଗଲା 3 ବର୍ଷର ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନସିଆରବି ) ରିପୋର୍ଟ ସାମ୍ନାକୁ ଆଣିଛି ଶିଶୁ ନିର୍ଯାତନାର ଲଜ୍ଜ୍ୟାଜନକ ନଗ୍ନଚିତ୍ର । ଏନସିଆରବି ରିପୋର୍ଟ ଅନୁସାରେ 2017ରୁ 2019 ଭିତରେ 4174 ଶିଶୁ ଯୌନ ନିର୍ଯାତନା ମାମଲା ରିପୋର୍ଟ ହୋଇଛି । 2017ରେ 249 ଟି 2018ରେ 1889 ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲା ବେଳେ 2019 ସବୁ ରେକର୍ଡ ଭାଙ୍ଗି 2036 ମାମଲା ରୁଜୁ ହୋଇଛି । 2017 ତୁଳନାରେ 2019ରେ 718 ଓ 2018 ତୁଳନାରେ 4 ପ୍ରତିଶତ ମାମଲା ବଢ଼ିଛି ।

ପୋକ୍ସୋ ଆକ୍ଟ କହୁଛି ରିପୋର୍ଟ ହେବାର 60 ଦିନ ମଧ୍ୟରେ ପୋଲିସ ଚାର୍ଜ ସିଟ ଦାଖଲ କରିବା କଥା । କିନ୍ତୁ ପୋଲିସର ଅବହେଳା ଯୋଗୁଁ ଠିକ ସମୟରେ ଚାର୍ଜସିଟ ଦାଖଲ ହୋଇପାରୁନାହିଁ । ଏହାର ସଦ୍ୟତମ ଉଦାହରଣ ହେଉଛି ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଶିଶୁ ଯୌନ ନିର୍ଯାତନା ମାମଲାରେ ଯେଉଁଭଳି ଦ୍ରୁତ ପଦକ୍ଷେପ ନେବା କଥା ତାହାର ଢେର ଅଭାବ ରାଜ୍ୟରେ ଦେଖା ଦେଇଛି । ତେଣୁ ଶିଶୁ ଯୌନ ନିର୍ଯାତନା ମାମଲା ଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ପଦକ୍ଷେପ ନିଆଯିବାକୁ ଦାବି ହେଉଛି ।

ମାମଲା ବିଳମ୍ବିତ ହେବା ଯୋଗୁଁ ଅନେକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି । କିମ୍ବା ଅନେକ ସାକ୍ଷୀ ସୁରକ୍ଷା ଆଳ ଦେଖାଇ କୋର୍ଟ ଆସୁନାହାନ୍ତି ବୋଲି କହିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ।

ଏଣୁ 2019 ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଓଡିଶା ସରକାର ପ୍ରତ୍ୟେକ ଜିଲ୍ଲାରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାଥମିକ ଭାବେ ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଖୋଲିଥିଲା । ଅତିରିକ୍ତ ଜିଲ୍ଲା ଜର୍ଜଙ୍କୁ ପୋକ୍ସୋ କୋର୍ଟର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ଫଳରେ ଅନ୍ୟାନ୍ୟ ଚାପରୁ ବିଚାରପତି ମାନେ ପୋକ୍ସୋ କୋର୍ଟର କାର୍ଯ୍ୟଲାଗି ସମୟ ଦେଇପାରୁନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ବନବିହାରୀ ମହାନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ 100ରୁ ଅଧିକ ମାମଲା ରିପୋର୍ଟ ହେଉଥିବା 21 ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ଲାଗି ବ୍ୟବସ୍ଥା ହେଉଛି । ସେଠାରେ ସ୍ବତନ୍ତ୍ର ବିଚାରପତି, ସରକାରୀ ଓକିଲ, କର୍ମଚାରୀ ନିୟୋଜିତ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଏ ନେଇ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଗୃହ ବିଭାଗ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛନ୍ତି ବୋଲି ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ପ୍ରଧାନ କହିଛନ୍ତି ।

ଶିଶୁମାନଙ୍କୁ ଯୌନ ଶୋଷଣ ଏବଂ ହିଂସାରୁ ରକ୍ଷା କରିବାକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ଦୋଷୀକୁ କଠୋର ଶାସ୍ତି ଦିଆଯିବା ଆବଶ୍ୟକ । ନ ଚେତ ଆମ ରାଜ୍ୟରେ ପ୍ରଶ୍ନବାଚୀ ହୋଇ ରହିଯିବ ଶିଶୁ ସୁରକ୍ଷା ପ୍ରସଙ୍ଗ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.