ଭୁବନେଶ୍ବର: ବାତ୍ୟା 'ଅମ୍ଫାନ' ସ୍ଥିତି ଅନୁଧ୍ୟାନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ଅପରାହ୍ନ 2ଟା 30ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ ମୋଦି ।
ଏହାପରେ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ପରେ 5ଟା ବେଳକୁ ଆସି ବାତ୍ୟା ସ୍ଥିତିର ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ଆକାଶ ମାର୍ଗରେ ଅନୁଧ୍ୟାନ ବେଳେ ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 2 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ରହିବେ । ରାଜ୍ୟ ସରକାର ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରିପାରନ୍ତି ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ଓଡିଶାରେ ବାତ୍ୟା ସ୍ଥିତି ସମୀକ୍ଷା କରି ସନ୍ଧ୍ୟା 8ଟା30ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ