ETV Bharat / city

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ-କାଳିଆ ଟଙ୍କା, ରାଜନୀତି ଜୋରଦାର

author img

By

Published : May 14, 2021, 9:34 PM IST

ପ୍ରଧାନମନ୍ତ୍ରୀ ଯେତେବେଳେ ସାରାଦେଶର କୃଷକମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ, ରାଜ୍ୟ ସରକାର ଠିକ୍ ସେତେବେଳେ କାଳିଆ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି ପ୍ରଦୀପ ପୁରୋହିତ କଟାକ୍ଷ କରିଛନ୍ତି । ଚାଷୀଙ୍କ ସୁବିଧାକୁ ଦୃଷ୍ଟିର ରଖି ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେଡି କହିଛି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଜୋରଦାର ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ।ଅଧିକ ପଢନ୍ତୁ...

PM Kissan
ରାଜ୍ୟ ସରକାର ପିଏମଙ୍କ ସହ ତାଳ ଦେଇ କାଳିଆ ଟଙ୍କା ପଠାଇଲେ: ବିଜେପି

ଭୁବନେଶ୍ବର: ପିଏମ କିଷାନ ଓ କାଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ଟଙ୍କା । ଏପଟେ ରାଜ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଦେଇ ରାଜନୀତି ଜୋରଦୀର । ପ୍ରଧାନମନ୍ତ୍ରୀ ସାରାଦେଶର କୃଷକମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲା ପରେ, ରାଜ୍ୟ ସରକାର କାଳିଆ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି ବିଜେପି କଟାକ୍ଷ କରିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଜୋରଦାର ସମାଲୋଚନା କରିଛି କଂଗ୍ରେସ । ଏହାକୁ କିନ୍ତୁ ବିଜେଡି କହିଛି ଚାଷୀଙ୍କ ସୁବିଧାକୁ ଦୃଷ୍ଟିର ରଖି ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି କେନ୍ଦ୍ର ସରକାର ପିଏମ କିଷାନ ଯୋଜନା ମାଧ୍ୟମରେ 19 ହଜାର କୋଟି ଟଙ୍କା ଦେଶର 9 କୋଟି ଚାଷୀଙ୍କ ଆକାଉଣ୍ଟକୁ ପୈଠ କରିଛନ୍ତି । ସେପଟେ ଏହାକୁ କାଉଣ୍ଟର କରି ରାଜ୍ୟ ସରକାର କାଳିଆ ଯୋଜନାରେ 920 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏଥିରେ ରାଜ୍ୟର 42 ଲକ୍ଷ ଚାଷୀ ଉପକୃତ ହେବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ନେଇ ଘୋଷଣା କରିଛନ୍ତି ।

ପିଏମ କିଷାନକୁ ନେଇ ବିଜେପି ବିଧାୟକ ପ୍ରଦୀପ ପୁରହିତଙ୍କ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ଯେତେବେଳେ ସାରାଦେଶର କୃଷକମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ, ରାଜ୍ୟ ସରକାର ଠିକ୍ ସେତେବେଳେ କାଳିଆ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଉପଯୁକ୍ତ ଚାଷୀମାନଙ୍କ ତାଲିକା ଦେଇନଥିବା ଅଭିଯୋଗ କରିଛନ୍ତି ପୁରୋହିତ । ଫଳରେ ଓଡ଼ିଶାର ବହୁ ଯୋଗ୍ୟ ଚାଷୀ ପିଏମ କିଷାନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାସହ ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟ ସରକାର ୫୩ ଲକ୍ଷ କାଳିଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ଘୋଷଣା କରିଥିଲେ । ସେମାନେ ସମସ୍ତେ ଟଙ୍କା ପାଇଲେ ନା ନାହିଁ ତାହା ଏବେ ପ୍ରଶ୍ନବାଚୀ । ଏବେ ଅକ୍ଷୟ ତୃତୀୟାରେ ଚାଷକାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ବିହନ ଏବଂ ସାର ଯୋଗାଇବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏହାସହ ଚାଷୀ କିପରି ବ୍ୟାଙ୍କରୁ ସହଜ ଉପାୟରେ ଋଣ ପାଇବେ ସେନେଇ ବ୍ୟବସ୍ଥା କରନ୍ତୁ ।

କାଳିଆ ଓ ପିଏମ କିଷାନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହା ଉଭୟ ବିଜେଡି ଓ ବିଜେପିର ଭୋଟ ରାଜନୀତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । କାଳିଆ ଟଙ୍କା ମାଧ୍ୟମରେ ବିଜେଡି ନିଜ କର୍ମୀଙ୍କୁ ଟଙ୍କା ପଠାଇଛି । ସେହିପରି ଏପଟେ ଡୁବି ଯାଉଥିବା ନବୀନ ସରକାର ସେପଟେ ଦେଶକୁ ତାଲା ପକାଇଥିବା ମୋଦି ସରକାର ବୋଲି ସୁର କହିଛନ୍ତି ।

ସେପଟେ କାଳିଆ ଟଙ୍କା ଘୋଷଣାକୁ ନେଇ ବିଜେଡି ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କାଳିଆ ଟଙ୍କା ଘୋଷଣା କରିଛନ୍ତି ଏବଂ ଚାଷୀଙ୍କୁ ସବୁବେଳେ ନବୀନ ସରକାର ପ୍ରାଧାନ୍ୟ ଦେଇ ଆସିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.