ETV Bharat / city

ନୂଆଁଖାଇ ଜୁହାର କଲେ ନବୀନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ଶିକ୍ଷାମନ୍ତ୍ରୀ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଅଧିକ ପଢନ୍ତୁ...

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟଗନ୍ୟ ବ୍ୟକ୍ତି

author img

By

Published : Sep 11, 2021, 9:41 AM IST

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ପୁର ଠୁ ପଲ୍ଲୀ । ପ୍ରତି ବର୍ଷ ଏହି ଦିନଟିକୁ ବେଶ ଉତ୍ସାହର ସହ ଅନାଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ଆଜିର ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୁଏ ।

ଏହି ଗଣପର୍ବରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଟ୍ବିଟ କରି କହିଛନ୍ତି ଯେ, 'ନୂଆଁଖାଇ ଏକ ପର୍ବ ନୁହେଁ, ଆମ କଳା, ସଂସ୍କୃତି, ପରମ୍ପରା ଏବଂ ଏହା ଆମ ଭାଇଚାରାର ପରିଚୟ । ବ୍ୟକ୍ତି ନୁହେଁ, ସମାଜ ହିଁ ଶ୍ରେଷ୍ଠ । ସମାଜ ମାଧ୍ୟମରେ ହିଁ ବ୍ୟକ୍ତିର ସର୍ବୋତ୍ତମ ବିକାଶ ହୋଇଥାଏ । ଏହା ହିଁ ନୂଆଁଖାଇ ପାଳନର ବାର୍ତ୍ତା । ଆମ ମାଟିର ଏ ମହାନ ପର୍ବକୁ ମନଭରି ଉପଭୋଗ କରି ସମସ୍ତଙ୍କ ପାଇଁ ଖୁସି କାମନା କରିବା ।' ଏଥିସହ କଟକଣା ମଧ୍ୟରେ ନୂଆଁଖାଇ ପାଳନ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍। #ନୂଆଁଖାଇଜୁହାର 🙏 pic.twitter.com/AsIUhLzBVU

    — Naveen Patnaik (@Naveen_Odisha) September 11, 2021 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଆରେ ଟ୍ବିଟ କରି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ନୂଆଁଖାଇ ଅବସରରେ ଆମେ ଆମ ଚାଷୀ ଭାଇଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରିବାକୁ ଆହ୍ବାନ କରିବା ସହ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

  • ନୂଆଁଖାଇ ଜୁହାର୍

    ଏହି ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ନୂଆଁଖାଇ ଅବସରରେ ଆମେ ଆମ ଚାଷୀ ଭାଇଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରିବା ।

    ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି ।

    — Narendra Modi (@narendramodi) September 11, 2021 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, କ୍ଷେତରେ ଶସ୍ୟ ଦେଖି ଉତଫୁଲ୍ଲିତ ହେବା ଏବଂ କ୍ଷେତରୁ ଉତ୍ପନ୍ନ ଶଷ୍ୟକୁ ପୂଜା କରି ଆରାଧ୍ୟ ଦେବୀ ମା' ସମଲେଇଙ୍କୁ ଅର୍ପଣ କରିବା ମା' ମାଟିକୁ କୃତଜ୍ଞତା ଜଣାଇବାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ । ଭାଇ, ବନ୍ଧୁ, କୁଟୁମ୍ବ ସହ ମିଳିମିଶି ଖାଇବା ଏବଂ ବୟୋଜ୍ୟେଷ୍ଠଙ୍କୁ ଜୁହାର ହେବା ଏକ ଅନନ୍ୟ ପରମ୍ପରା । ଏଥିସହ କୋଭିଡ ପ୍ରୋଟକଲ୍ ମାନି ନୂଆଁଖାଇ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.