ETV Bharat / city

STUDENT STRIKE: ପରୀକ୍ଷା କରିବା ଦାବିରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Jan 31, 2022, 9:29 PM IST

ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ପରୀକ୍ଷା ବାତିଲ ନୁହେଁ କିନ୍ତୁ ପରୀକ୍ଷା ଦାବିରେ ଆନ୍ଦୋଳନ । ଅଧିକ ପଢନ୍ତୁ

STUDENT STRIKE : ପରୀକ୍ଷା କରିବା ଦାବିରେ ଯୁକ୍ତ ଦୁଇ ଛାତ୍ରଛାତ୍ରଙ୍କ ଆନ୍ଦୋଳନ

ଭୁବନେଶ୍ବର : ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ପରୀକ୍ଷା ବାତିଲ ନୁହେଁ ଆଜି(ସୋମବାର) ପରୀକ୍ଷା ଦାବିରେ ଆନ୍ଦୋଳନ। ପରୀକ୍ଷା କରିବା ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରାଜ୍ୟର ବିଭିନ୍ନ କଲେଜର ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ । ପରୀକ୍ଷା ନ କଲେ ଆମ ଭବିଷ୍ୟତ ଉପରେ ପ୍ରଭାବ ପଡିବ।

ଏଥିପାଇଁ ସରକାର କୋଭିଡ ଗାଇଡଲାଇନ ଭିତରେ ଅଫଲାଇନ ହେଉ କି ଅନଲାଇନ ମୋଡରେ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଯୁକ୍ତ ଦୁଇ ଶେଷ ବର୍ଷ ସିଲାବସ ଅନୁଯାଇ କିଛି କ୍ଳାସର ପରୀକ୍ଷା ଶେଷ ହୋଇଛି । ବୋର୍ଡ଼ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।

ସେପଟେ ଗତ 27 ତାରିଖରେ ପରୀକ୍ଷା ବାତିଲ ଦାବି କରି କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ନବୀନ ନିବାସ ମୁହାଁ ହେଉଥିବାବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ହୋଇଥିଲା। ପରୀକ୍ଷା ଦାବି ଓ ବାତିଲ ନେଇ ଭିନ୍ନ ଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କରୁଛନ୍ତି । ଯାହାକୁ ନେଇ ଦ୍ବନ୍ଦ ମଧ୍ୟ ଦେଖାଦେଇଛି ।

ଏହାବି ପଢନ୍ତୁ : Dhinkia Issue: ହାଇକୋର୍ଟରେ ଦାଖଲ ହେଲା Status Report

ସେପଟେ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରହିବାକୁ କିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏପଟେ କିନ୍ତୁ ଶିକ୍ଷାବିତ କହିଛନ୍ତି ଯେ ପ୍ରଥମେ କ୍ଳାସ କରାଯାଉ ତାପରେ ପରୀକ୍ଷା କରାଯାଉ। ଯେଉଁ ସବୁ ବିଷୟ ପାଠ ପଢ଼ାଯିବ ସେହି ଅନୁସାରେ ପ୍ରଶ୍ନ ଆସିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.