ETV Bharat / city

ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ, କଲେଜ ଚେୟାରମ୍ୟାନ ମାଡ ମାରିଥିବା ଅଭିଯୋଗ - ନିଖୋଜ ଛାତ୍ର ହୃଦେଶ ପଣ୍ଡା

ରାଜଧାନୀର ଏକ ଘରୋଇ କଲେଜରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ । କଲେଜ ଚେୟାରମ୍ୟାନ ମାଡ଼ ଓ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ

ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ, କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ

author img

By

Published : Aug 27, 2022, 9:01 PM IST

ଭୁବନେଶ୍ବର: ରାଜଧାନୀ ପଟିଆ ସ୍ଥିତ ଏକ ଘରୋଇ କଲେଜରୁ ଜଣେ ଯୁକ୍ତ ଦୁଇ ଛାତ୍ର ନିଖୋଜ । କଲେଜରେ ମାଡ଼ ସହ ରାଗିଂ କରାଯାଇଥିବା ବାପାଙ୍କୁ ଫୋନରେ ଅବଗତ କରାଇଥିଲେ ଛାତ୍ର । ଏହାପରେ ଆଜି ସକାଳୁ ଛାତ୍ରଙ୍କ ପତ୍ତା ମିଳୁନଥିବା କହିଛନ୍ତି ପରିବାର ଲୋକେ । ଏନେଇ ଉକ୍ତ କଲେଜର ଅଧ୍ୟକ୍ଷ ନାମରେ ଚନ୍ଦ୍ରଶେଖରପୁର ଥାନା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ, କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ

ଏନେଇ ନିଖୋଜ ଛାତ୍ର ହୃଦେଶ ପଣ୍ଡାଙ୍କ ବାପା କହିଛନ୍ତି, " ଅନେକ ସମୟରେ ଟଙ୍କା ପାଇଁ ବାରମ୍ବାର କଲେଜ ପକ୍ଷରୁ ଫୋନ କରନ୍ତି । ଅନ୍ୟ ନମ୍ବରରୁ ପୁଅ କହିଲା ଯେ ପ୍ରତି କଥାରେ କର୍ତ୍ତୃପକ୍ଷ ଚିଡି଼ ଚିଡି଼ ହେଉଛନ୍ତି । ବହୁତ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ପୂର୍ବରୁ ହୃଦେଶ ମଧ୍ୟ ମାଡ଼ ଓ ଗାଳିଗୁଲଜ କରୁଥିବା କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ ଆଣିଥିଲା । କିନ୍ତୁ ଆଜି ସକାଳୁ ସେ କେଉଁଆଡେ ଚାଲିଯାଇଛି ।" କେଉଁ ଆଧାରରେ କର୍ତ୍ତୃପକ୍ଷ ପିଲାକୁ ଗେଟ୍‌ ବାହାରକୁ ଛାଡ଼ିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନିଖୋଜ ଛାତ୍ର
ନିଖୋଜ ଛାତ୍ର

ଏହା ବି ପଢନ୍ତୁ- ଆସନ୍ତା ୩ ମାସ ମଧ୍ୟରେ ଆରମ୍ଭ ହେବ ନାଇଜର କ୍ୟାମ୍ପସ କ୍ୟାନସର ହସ୍ପିଟାଲ କାମ

ଏପଟେ କିନ୍ତୁ ପଢୁଥିବା ଛାତ୍ର ମାନେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜଣେ ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, " ଏଠି ଯେମିତି ରଖାଯାଇଛି ସେମିତି ରୁହ । ଯଦି ନେତାଗିରି କରିବ ତେବେ ବ୍ୟାଡ କଣ୍ଡକ୍ଟ ଲଗାଯିବ । ଆଉ କେଉଁଠି ବି ପାଠ ପଢିପାରିବେ ନାହିଁ କି କିଛି କରିପାରିବ ନାହିଁ । ନେତା ହୋଇ ବୁଲିବ । ଏଠି ୧ବର୍ଷରେ ୧ ଲକ୍ଷ ୮୦ ହଜାର ଟଙ୍କା ନିଆଯାଉଛି । ଏଠାରେ ଅତ୍ୟାଚାର ସହ ଗାଳିଗୁଲଜ ଦିଆଯାଉଛି । ଖାଇବାକୁ ଠିକ୍ ଭାବରେ ଦିଆଯାଉନାହିଁ ।"

ଏପଟେ କିନ୍ତୁ କଲେଜର କର୍ତ୍ତୃପକ୍ଷ କହିଛନ୍ତି, "ପିଲାଙ୍କୁ କେବେ କୁହାଯାଇ ନାହିଁ ଯେ କାହା ପରିବାର କେତେ ଟଙ୍କା ଦେଇଛନ୍ତି । ପିଲାଙ୍କୁ ଟଙ୍କା କଥା କିଛି କୁହାଯାଇନହିଁ । ପିଲା ଯିବା ପଛରେ କୌଣସି ଭୁଲ ନାହିଁ । ମୋଠୁ ସେ ଅନୁମତି ନେଇଥିବା ବେଳେ ଯେଉଁଠି ଦସ୍ତଖତ କରିକି ଯିବା କଥା ସେଠାରେ କରିନାହିଁ । ଯିବା ସମ୍ପର୍କରେ ଉକ୍ତ କର୍ମଚାରୀଙ୍କୁ ନ କହି ଯାଇଛି ।" ତେବେ ଏ ନେଇ ସେ ( କଲେଜର କର୍ତ୍ତୃପକ୍ଷ) ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.