ETV Bharat / city

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ, ଆଗରେ ଛାତ୍ରୀ - bhubaneswar

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ ପାସ ହାର ରହିଛି 72.33 ପ୍ରତିଶତ । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ
author img

By

Published : Jun 3, 2019, 6:54 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଦିନ 12ଟାରେ ଜୟଦେବ ଭବନ ଗୀତଗୋବିନ୍ଦ ଅଡ଼ିଟୋରିୟମରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏଥର ବି ଛାତ୍ର ମାନଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ ।

ବ୍ୟୁରୋ ରିପୋର୍ଟ

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ ପାସ ହାର ରହିଛି 72.33 ପ୍ରତିଶତ । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି । ସେହିପରି 25 ହଜାର 360 ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲାରେ ପାସ ହାର ସର୍ବାଧିକ ରହିଥିବାବେଳେ ଗଜପତି ଜିଲ୍ଲାର ପାସହାର କମ ରହିଛି ।

ଏଥର ବି ବାଜି ମାରିଛନ୍ତି ଛାତ୍ରୀ । ଛାତ୍ରୀଙ୍କ ତୁଳନାରେ ଛାତ୍ର ପାସ ହାର କମ ରହିଛି । ତେବେ 60 ଜଣ ପିଲା 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଜଣାପଡ଼ିଛି । ରାଜ୍ୟରେ ମୋଟ 29ଟି କଲେଜର ଫଳାଫଳ ଭଲ ରହିଛି । ଏହି 29ଟି କଲେଜରେ ପାସ ହାର 100 ପ୍ରତିଶତ ରହିଛି । ସେପଟେ 9ଟି କଲେଜର ଫଳାଫଳ ଶୂନ ରହିଥିବା ଜଣାପଡିଛି ।

ତେବେ ଚଳିତ ବର୍ଷ ବାତ୍ୟା 'ଫନି' ଓ ନିର୍ବାଚନ ଯୋଗୁଁ ରେଜଲ୍ଟ ଆସିବାରେ ବିଳମ୍ବ ହୋଇଛି । ଅନ୍ୟପଟେ ଚଳିତ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସ୍ଲଗ - ବେହାଲ ଶବ ବ୍ୟବଚ୍ଛେଦ ଗୃହରେ ଅଚଲ ଫ୍ରିଜର ମର୍ଜକୁ ନେଇ ଅସନ୍ତୋଷ, ଶବ ରଖିବା ପାଇଁ ଲୋକଙ୍କ ଆନ୍ଦୋଲନ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୩-୦୬-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂରରେ  ଭିମ ଭୋଇ ମେଡିକାଲ କଲେଜ ସ୍ଥାପିତ ହୋଇ ଅନେକ ବିକାଶ କାମ ଆଗେଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଠିକାର ଶବ ଗୃହର କୌଣସି ଉନ୍ନତି କରଣ ହୋଇ ପାରି ନାହିଁ । ପରିସ୍ଥିତି ଏପରି ଅଛି ଯେ ଏଠି କାର ସବୁ ଶବ ରଖିବା ଫ୍ରିଜର ଖରାଫ ହୋଇ ପଡି ରହିଛି । ଫଲରେ ଶବ ଏଠି ପଚି ଶଢି ଯାଉଥିବା ବେଲେ ଏହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଲିଛି । ଏହିପରି ଗତ ରାତିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକର ଶବ ରଖିବାକୁ ନେଇ ଏଠି ତୁମୁଳ କାଣ୍ଡ ଭିଆଇ ଥିଲେ ତାଙ୍କ ପରିଜନ ଓ ସାଧାରଣ ଲୋକ । ଶୁଚନା ଅନୁସାରେ ଗତ ସନ୍ଦ୍ୟାରେ ବଲାଗିଂର ହାଥୀସାଲ ପଡାର ଯୁବକ ବୁଲୁ ବାଘଙ୍କ ବଇଁରାସର ଗ୍ରାମ ନିକଟରେ ମୋଟର ସାଇକଲ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସେ ଗୁରୁତର ଥିବା ବେଲେ ତାଙ୍କୁ ପ୍ରଥମେ ସୁବର୍ଣ୍ଣପୂର ଜିଲ୍ଲା ତରଭା ଡାକ୍ତର ଖାନାରେ ଭର୍ତ୍ତୀ କରାଇବା ପରେ ବଲାଗିଂର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ରାତିରେ ଏଠି ତାଙ୍କର ମୃତ୍ୟୁ ଘଟିଥିବା ବେଲେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଥିଲା । ହେଲେ ଏଠି ଶବ ଗୃହରେ ଥିବା ଅବ୍ୟବସ୍ଥା ଓ ଅଚଲ ପଡିଥିବା ଶବ ଫ୍ରିଜର ଯୋଗୁଁ ଶବ ରଖିବାକୁ ନେଇ ସମସ୍ୟା ଦେଖା ଦେଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ତଥା ମୃତକଙ୍କ ପରିଜନ ମାନେ ହୋ ହଙ୍ଗାମା କରିବା ସହ ଦିର୍ଘ ସମୟ ଧରି ବଲାଗିଂର ଖୋର୍ଦ୍ଧା ଜାତୀୟ ରାଜ ପଥକୁ ଅବରୋଧ କରିଥିଲେ । ତେବେ ଶବ ଗୃହର ସବୁ ଫ୍ରିଜ ସଜା ଯିବାର ପ୍ରତିଶୃତି ସହ ଯୁବକର ଶବ ରଖିବାକୁ ଫ୍ରୀଜର ବ୍ୟବସ୍ଥା ପରେ ଏହି ଆନ୍ଦୋଲନ ଶାନ୍ତ ପଡିଥିଲା । ସେପଟେ ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ସ୍ଥାନୀୟ ମେଡିକାଲ କଲେଜ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏବଂ ଏଠି ଦିନକୁ ଛରୁ ସାତଟି ମର ଶରିର ବ୍ୟବଚ୍ଛେଦ ପାଇଁ ଆସୁଥିବା ବେଲେ ଏସବୁକୁ ରଖିବା ପାଇଁ ତୁରନ୍ତ ସବୁ ଫ୍ରିଜରକୁ ଠିକ କରିବାର ଦାବୀ ହୋଇଛି । ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଲନ ହେବ ବୋଲି ଲୋକେ କହିଛନ୍ତି ।
ବାଇଟ- ଦିପକ କୁମାର ବାଗ- ମୃତକଙ୍କ ସର୍ମ୍ପକିୟ
ବାଇଟ- ଗୋବିନ୍ଦ ଶତପଥୀ- ସ୍ଥାନୀୟ ବାସିନ୍ଦା 
VISUAL BY MOJO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.