ଭୁବନେଶ୍ବର: ଆସନ୍ତା ଅଗଷ୍ଟ 19 ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ କାର୍ଯ୍ୟାଳୟରେ ଦିନ ସାଢେ 11ଟାରେ ଏହି ରେଜଲ୍ଟ ପ୍ରକାଶ ପାଇବ । ବିଜ୍ଞାନ ଭଳି ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।
ସେହିପରି ଚଳିତ ମାସ ଶେଷ ସୁଦ୍ଧା ତଥା ଅଗଷ୍ଟ 31 ତାରିଖ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କୋରୋନା କଟକଣା ମଧ୍ୟରେ ଜୁନ ୧ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହୋଇଥିଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ