ଭୁବନେଶ୍ବର: ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ 2 ଖାତା ମୂଲ୍ୟାୟନ । ଜୁନ 7 ସୁଦ୍ଧା ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ । ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ 2 ବିଜ୍ଞାନର ପରୀକ୍ଷା ଫଳ। ସେପଟେ, ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମାର୍ଚ୍ଚ 3ରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ, ଶୃଙ୍ଖଳିତ ପରୀକ୍ଷା ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ