ETV Bharat / city

ଯୁକ୍ତ ଦୁଇ ନାମ ଲେଖା, 3 ଦିନରେ ଦେଢ ଲକ୍ଷ ଆବେଦନ - ଯୁକ୍ତ ଦୁଇ ନାମ ଲେଖା

ଚାଲିଛି ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା । 3 ଦିନରେ ଆବେଦନ କଲେଣି ଦେଢ ଲକ୍ଷ ଛାତ୍ରଛାତ୍ରୀ । ଅତି କମରେ ୫ଟି ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ଆବେଦନ କରିବେ ଛାତ୍ର ଛାତ୍ରୀ । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ନାମ ଲେଖା, 3  ଦିନରେ ଦେଢ ଲକ୍ଷ ଆବେଦନ

author img

By

Published : Jul 22, 2022, 10:35 PM IST

ଭୁବନେଶ୍ବର: ଚାଲିଛି ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା । 3 ଦିନରେ ଆବେଦନ କଲେଣି ଦେଢ ଲକ୍ଷ ଛାତ୍ରଛାତ୍ରୀ । ଅତି କମରେ ୫ଟି ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ଆବେଦନ କରିବେ ଛାତ୍ର ଛାତ୍ରୀ ।

ଯୁକ୍ତ ଦୁଇ ନାମ ଲେଖା, 3 ଦିନରେ ଦେଢ ଲକ୍ଷ ଆବେଦନ

୨୦ ତାରିଖରୁ ଆଜି ସୁଦ୍ଧା ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଲେଣି । ଆବଶ୍ୟକ ପଡିଲେ ଯୁକ୍ତ ୨ ରେ ସିଟ ସଂଖ୍ୟା ବଢାଯିବ। ୨୦୫୮ ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪ ହଜାର ସିଟ ମହଜୁଦ ରହିଛି । ସାମ୍ସ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଅତି କମରେ ୫ଟି ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ରଖାଯାଇଛି । ସର୍ବାଧିକ ଆବେଦନକୁ ଅନଲିମିଟେଡ କରାଯାଇଛି । ଛାତ୍ରଛାତ୍ରୀ ନିଜର ହ୍ଵାଟସଆପ ନମ୍ବର ଆଡ଼ମିଶନ ଫର୍ମରେ ଉଲ୍ଲେଖ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ହ୍ଵାଟ୍ସଆପ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ସହ ପାଠପଢା ସମ୍ପର୍କିତ ଖବର ଦିଆଯିବର ବ୍ୟବସ୍ଥା କରାଯାଇଛି ।

ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡ଼ି ମଧ୍ୟ ଫର୍ମ ପୂରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି । ଆଡ଼ମିଶନ ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫି ନମ୍ବର 155335/ 18003456770ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ । ସେହିଭଳି odishacarrerportal.com ରେ ଛାତ୍ରଛାତ୍ରୀ ନିଜର କ୍ୟାରିଅର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରିବେ । ଉଚ୍ଚଶିକ୍ଷା ପାଇଁ କେଉଁ କ୍ୟାରିଅର ବାଛିବେ, କେଉଁଠି ପଢିବେ ସେ ତଥ୍ୟ ନିଜର ଲଗଇନ ଆଇଡି ଦେଇ ପାଇପାରିବେ । ସେହିପରି ରାଗିଂ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ନିର୍ଦେଶଳୟ । କୌଣସି ପିଲା ଯଦି ରାଗିଂର ଶିକାର ହୁଏ ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି । ୟୁଟ୍ୟୁବ ରେ ୪୫୦ ଭିଡିଓ କ୍ଳାସ ଉପଲବ୍ଧ ଥିବାବେଳେ ଦୀକ୍ଷା ପୋର୍ଟାଲ ରୁ ଷ୍ଟଡି ମ୍ୟାଟେରିଆଲ ପାଇପାରିବେ ଛାତ୍ରଛାତ୍ରୀ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶଳୟର ନିର୍ଦେଶକ ରଘୁରାମ ଆୟର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଯୁକ୍ତ ୨ ରେ ସିଟ ସଂଖ୍ୟା ବଢ଼ାଯିବ। ସେପ୍ଟେମ୍ବର ପହିଲା ରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ପାଇଁ ଯୋଜନା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.