ETV Bharat / city

ଆଜିଠୁ କ୍ଲାସ ରୁମରେ ପାଠ ପଢିବେ +୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ - +୩ ଦ୍ବିତୀୟ ବର୍ଷ

କୋରୋନା ପ୍ରୋଟୋକଲ ଅନୁଯାୟୀ ଆଜି ଠୁ +୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ଆରମ୍ଭ ହେବ ପାଠପଢା । ଅଧିକ ପଢନ୍ତୁ...

ଆଜିଠୁ କ୍ଲାସ ରୁମରେ  ପାଠ ପଢିବେ +୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ

author img

By

Published : Sep 20, 2021, 8:37 AM IST

ଭୁବନେଶ୍ବର: ଆଜି ଠୁ +୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ଆରମ୍ଭ ହେବ ପାଠପଢା । କୋରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ପାଇଁ ନିଆଯାଇଛି ନିଷ୍ପତ୍ତି । ଏନେଇ ପୂର୍ବରୁ ସମସ୍ତ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଚିଠି ଲେଖି ଜଣାଇଥିଲେ ।

ତେବେ କୋରୋନା କଟକଣା ମଧ୍ୟରେ ପଠାପଢ଼ା ଆରମ୍ଭ ହେବ । ସେପଟେ ରାଜ୍ୟରେ କୋଭିଡ୍ -19 ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ରାଜ୍ୟ ପବ୍ଲିକ୍ ୟୁନିଭରସିଟି ଏବଂ ସରକାରୀ ତଥା ଅଣସରକାରୀ ଡିଗ୍ରୀ କଲେଜଗୁଡିକ UG ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଶାରୀରିକ ଶ୍ରେଣୀଗୃହ ଶିକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଲାସରୁମରେ କୋରୋନା କଟକଣା ନିର୍ଦ୍ଦେଶାବଳୀ ଅନୁସରଣ କରି ହେବ ପାଠପଢା । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସମେତ କଲେଜ ଆସିପାରିବେ ନାହିଁ । କଲେଜକୁ ଆସିବାକୁ ହେଲେ ଫେସ୍ ମାକ୍ସ ବାଧ୍ୟତାମୂଳକ କରାଯାଇଛି । ବାରମ୍ବାର ହାତ ଧୋଇବା, ସାନିଟାଇଜେସନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ତେବେ ଶ୍ରେଣୀଗୃହ, ଲାଇବ୍ରେରୀ, ଲାବୋରେଟୋରୀ ଇତ୍ୟାଦିରେ ସାମାଜିକ ଦୂରତ୍ବ ଗ୍ରହଣ କରାଯିବ ଯଦି ଆବଶ୍ୟକ ହୁଏ ତେବେ ଅଧିକ ଶ୍ରେଣୀରେ ବିଭକ୍ତ କରାଯାଇପାରେ । କ୍ୟାମ୍ପସରେ ଛେପ ପକାଇବା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ତେବେ ଗତକାଲି ଠାରୁ କୋରୋନା ପ୍ରୋଟୋକଲ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ଖୋଲାଯାଇଛି । ଏନେଇ ପୂର୍ବରୁ ରାଜ୍ୟର ସମସ୍ତ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.