ETV Bharat / city

ଆଜିଠୁ ଯୁକ୍ତ ତିିନି ପ୍ରଥମ ବର୍ଷ ପାଠପଢା, ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅଛି ସୁଯୋଗ - ଯୁକ୍ତ ତିନି

ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ । ଅଧିକ ପଢନ୍ତୁ

plus three first year classes
ଯୁକ୍ତ ତିିନି ପ୍ରଥମ ବର୍ଷ ପାଠପଢା
author img

By

Published : Oct 13, 2022, 8:41 AM IST

ଭୁବନେଶ୍ବର: ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତି ତିନି ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ । କୋରୋନା କୋପ କମିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଫିଜିକାଲ ମୋଡରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ପାଠପଢା ସହ ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବାକୁ ମଧ୍ୟ ଚିଠିରେ କୁହାଯାଇଛି । ପ୍ରଥମ ବର୍ଷ ୟୁଜି ଆଡମିଶନ ଫି ସଂଗ୍ରହ କରିବାର ସମୟସୀମା ଓ ପିଜି ପାଇଁ ମଧ୍ୟ ଆଡ଼ମିଶନ ଫି ଦିଆଯାଇଥିବା ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୟୁଜି ଛାତ୍ରଛାତ୍ରୀ...

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପ୍ରକ୍ରିୟାରେ ଆଡମିଶନ ହୋଇଥିଲେ ଏବଂ ପୁନର୍ବାର ଆବେଦନ କରିବାକୁ ଇଚ୍ଛୁକ ନୁହଁନ୍ତି, ସେମାନଙ୍କ ଆଡମିଶନ ଫି ଆସନ୍ତା ୧୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମଧ୍ୟମରେ ଆଡ଼ମିଶନ ଫି ଜମା କରିବାକୁ ପଡିବ । ସେହିଭଳି, ଯେଉଁ ଛାତ୍ରଛାତ୍ରୀମାନେ ଦ୍ବିତୀୟ ପର୍ଯ୍ୟାୟ ମାଧ୍ୟମରେ ଆଡମିଶନ ପ୍ରକ୍ରିୟାରେ ଆଡମିଶନ କରିଛନ୍ତି ସେମାନେ ଆଡମିଶନ ଫି ନଂଭେମ୍ବର ୧ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍ ମୋଡ୍ ଫିକୁ ଜମା କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

ପିଜି ଛାତ୍ରଛାତ୍ରୀ...

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆଡମିଶନ ପ୍ରକ୍ରିୟାରେ (1 ଚୟନ ଏବଂ 2 ଚୟନ) ରେ ଆଡମିଶନ ହୋଇଥିଲେ ଏବଂ ଶେଷରେ SPOT ଚୟନ ପ୍ରକ୍ରିୟାରେ ଆଡମିଶନ ହେବେ, ସେମାନଙ୍କ ଆଡମିଶନ ଫି ଅକ୍ଟୋବର ୧୭ରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ଅନଲାଇନ୍ ମୋଡରେ ଜମା କରିପାରିବେ । ଆଡ଼ମିଶନ ଫି ପରେ ଟଙ୍କା ରସିଦ ଦିଆଯିବ । ଯଦି ଆଡ଼ମିସନ ଫି ଜମା କରାଯାଇନଥିଲେ ତେବେ ଆଡମିଶନ ରଦ୍ଦ କରାଯିବ ।

ଏହା ବି ପଢନ୍ତୁ...Ruchika Mohanty Suicide Case: ତଦନ୍ତ ରିପୋର୍ଟକୁ ଲୋକ ଦେଖାଣିଆ କହିଲା ନବନିର୍ମାଣ ଛାତ୍ର ସଂଗଠନ

ସୂଚନା ଅନୁଯାୟୀ, ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଉଭୟ ୟୁଜି ଏବଂ ପିଜି ନାମଲେଖା ଶେଷ ହୋଇନାହିଁ । ୟୁଜିର ଯଦିଓ ନାମଲେଖା ଶେଷ ହୋଇଛି, କିନ୍ତୁ ସିଟ୍ ବଳକା ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଖରେ ସୁଯୋଗ ରହିଛି । ଏନେଇ ଆସନ୍ତାକାଲିଠୁ (ଶୁକ୍ରବାର) ଆବେଦନ ଆରମ୍ଭ ହେବ । ଆବେଦନ 19 ତାରିଖ ଯାଏ ଚାଲିବ । 27 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । 28 ତାରିଖରୁ 31 ତାରିଖ ଯାଏ ନାମଲେଖା ହେବ । ସେହିଭଳି ପିଜି ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସ୍ପଟ ନାମଲେଖା ବାକି ରହିଛି ।

ଆସନ୍ତା ମାସ ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୮ତାରିଖରେ ସ୍ପଟ ନାମଲେଖା ପାଇଁ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଏହାପରେ ୧୯ ଓ ୨୦ ତାରିଖ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ତେବେ ନାମଲେଖା ଶେଷ ହୋଇ ନ ଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.