ETV Bharat / city

ଆଜିଠୁ ଯୁକ୍ତ 3 ନାମଲେଖା ଆବେଦନ ଆରମ୍ଭ - +3

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ଉଚ୍ଚଶିକ୍ଷା ସମସ୍ତ ମହାବିଦ୍ୟାଳୟରେ ଇ-ଆଡ଼ମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆଜିଠୁ ଯୁକ୍ତ 3 ନାମଲେଖା ଆବେଦନ ଆରମ୍ଭ
ଆଜିଠୁ ଯୁକ୍ତ 3 ନାମଲେଖା ଆବେଦନ ଆରମ୍ଭ
author img

By

Published : Aug 20, 2021, 1:56 PM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ଉଚ୍ଚଶିକ୍ଷା ସମସ୍ତ ମହାବିଦ୍ୟାଳୟରେ ଇ- ଆଡ଼ମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ଅଗଷ୍ଟ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ପୂର୍ବହ୍ନ ୧୧ଟାରୁ SAMS ପୋର୍ଟାଲରେ କମନ ଆବେଦନ ଫର୍ମ ଉପଲବ୍ଧ ହୋଇଛି । ଆସନ୍ତା ସେପ୍ଟେମ୍ବର 4 ତାରିଖ ରାତି 11 ଟା 45 ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ୧୧ରୁ ୧୫ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ୨୨ରୁ ୨୫ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ ।

ଡିଗ୍ରୀ କଲେଜରେ ଇ-ଆଡମିଶନ ପାଇଁ ଜରୁରୀ ସୂଚନା । ଯୁକ୍ତ ଦୁଇ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇ ଇ-ଆଡ଼ମିଶନ ସମ୍ପର୍କିତ ବିଭିନ୍ନ ପ୍ରମାଣପତ୍ର ଯଥା ଯୁକ୍ତ ଦୁଇ ମାର୍କସିଟ ଓ ସାର୍ଟିଫିକେଟ ଇତ୍ୟାଦି ସଂଗ୍ରହ କରିଥାନ୍ତି । ସେପ୍ଟେମ୍ବର 27 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି ନାମଲେଖା ଚାଲିବ । ଏହା ପରେ ବଳକା ସିଟ ପୂରଣ ନେଇ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ।

ଏଭଳି ପ୍ରଲୋଭନ ଠାରୁ ଶିକ୍ଷାର୍ଥୀମାନେ ଦୂରେଇ ରୁହନ୍ତୁ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କୌଣସି ଶିକ୍ଷାନୁଷ୍ଠାନକୁ ଦିଅନ୍ତୁ ନାହିଁ । ଇ-ଆଡ଼ମିଶନ ସମ୍ବନ୍ଧୀୟ ସମସ୍ତ ଟଙ୍କା ପଇସା କାରବାର ଅନଲାଇନ ମାଧ୍ୟମରେ କରାଯାଏ । ତେଣୁ କୌଣସି ବ୍ୟକ୍ତିଙ୍କୁ ଆଡ଼ମିଶନ ପାଇଁ ଟଙ୍କା ନ ଦେବାକୁ ସୂଚନା ଦିଆ ଯାଇଛି । ଇ-ଆଡ଼ମିଶନ ନିୟମ ପ୍ରକ୍ରିୟ ସମ୍ପୂର୍ଣ ଭାବେ ମେରିଟ ଭିତ୍ତିରେ କରାଯାଇଥାଏ ।

ଛାତ୍ରଛାତ୍ରୀମାନେ ଗୋଟିଏ କଲେଜରେ ନାମ ଲେଖାଇ ସାରିବା ପରେ ଯଦି ପରେ ପସନ୍ଦ କଲେଜକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନଲାଇନ ମାଧ୍ୟମରେ slide-Up ଫର୍ମ ପୂରଣ କରିବାକୁ ପଡିବ। ନଚେତ slide up ପ୍ରକ୍ରିୟାରେ ସେମାନେ ଭାଗ ନେଇପାରିବେ ନାହିଁ ।

slide-up ପଦ୍ଧତିରେ ସମ୍ମତି ପ୍ରଦାନ କରିସାରିବା ପରେ ନିଜ ପସନ୍ଦ କଲେଜରେ ନାମ ଲେଖାଇପାରିବେ । କମନ ଆପ୍ଲିକେସନ ଫର୍ମ ଅନଲାଇନରେ ଦାଖଲ କରିବା ସମୟରେ ନିଜର ୟୁଜର ଆଇଡି ଓ ପାସୱାର୍ଡକୁ ସୁରକ୍ଷିତ ରଖନ୍ତୁ । ଯଦି କୌଣସି କାରଣରୁ ଏହା ଅନ୍ୟ କେହି ଜାଣନ୍ତି, ତେବେ ତାହାର ଦୁରୂପଯୋଗ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.