ETV Bharat / city

ଆସନ୍ତାକାଲି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

author img

By

Published : Aug 13, 2021, 11:36 AM IST

Updated : Aug 13, 2021, 12:03 PM IST

ଆସନ୍ତାକାଲି ଆସିବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

11:30 August 13

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ । ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଫଳାଫଳ ପ୍ରକାଶ ପାଇ ଥିବାବେଳେ ଆସନ୍ତାକାଲି ବାକିଥିବା ବିଭାଗରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । CHSE ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ ।

କଳା ଓ ଧନ୍ଦାମୂଳକ ବିଭାଗରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିବାରୁ ମୂଲ୍ୟାୟନ ପାଇଁ ଅଧିକ ସମୟ ମାଗିଥିଲା ବିଭାଗ । ସେହିପରି କୋରୋନା ପାଇଁ ପରୀକ୍ଷା ବାତିଲ୍ କରାଯାଇ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଫଳ ପ୍ରକାଶ ପାଇବ । ତେବେ ଏଥର ବିନା ପରୀକ୍ଷାରେ ପୂର୍ବ ପ୍ରଦର୍ଶନ ଅନୁଯାୟୀ ଅର୍ଥାତ୍ ଦଶମ ଶ୍ରେଣୀର ପ୍ରଦର୍ଶନ ଅନୁଯାୟୀ ମାର୍କ ଦିଆଯିବ । 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପରୀକ୍ଷା ଫଳ ପ୍ରକାଶ ପ୍ରାଥମିକ ପର୍ଯ୍ୟାୟରେ ଜୁଲାଇ 31 ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଥିଲା । ଚଳିତ ବର୍ଷ କଳାରେ 2 ଲକ୍ଷ ଏବଂ ଧନ୍ଦାମୂଳକରେ 4 ହଜାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 13, 2021, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.