ETV Bharat / city

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

author img

By

Published : Aug 25, 2020, 10:42 AM IST

ଏବର୍ଷ କୋରୋନା ମାଡରେ ଛାତ୍ରଛାତ୍ରୀଙ୍କ ପଢା ଉପରେ ପଡିଛି ବିଶେଷ ପ୍ରଭାବ । ଏମିତିରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶିତ ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

+2 result, +2 arts and commerce result, bhubaneswar latest news, mass education minister sameer das, education system, ଯୁକ୍ତ ଦୁଇ ରେଜଲ୍ଟ, ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଶିକ୍ଷା ବ୍ୟବସ୍ଥା
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ବର: ଏବର୍ଷ କୋରୋନା ମାଡରେ ଛାତ୍ରଛାତ୍ରୀଙ୍କ ପଢା ଉପରେ ପଡିଛି ବିଶେଷ ପ୍ରଭାବ । ଏନେଇ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ପରିଲକ୍ଷିତ ହୋଇଛି । ଏମିତିରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶିତ ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏହି କ୍ରମରେ ଅଗଷ୍ଟ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବା ବଦଳରେ ଏବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦୁଇ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ସ୍ଥିତି ଉପୁଜିଥିବା ସେ ସ୍ପଷ୍ଟ କରିଛନ୍ତି ।

ସେପଟେ ଚଳିତ ବର୍ଷ 2 ଲକ୍ଷ 25 ହଜାର ଛାତ୍ରଛାତ୍ରୀ ଯୁକ୍ତ 2 କଳା ପରୀକ୍ଷା ଦେଇଥିବା ବେଳେ 7 ହଜାର 750 ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.