ETV Bharat / city

ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ - ଯୁକ୍ତ ଦୁଇ ନାମ ଲେଖା

ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ ଆସନ୍ତା ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ
ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ
author img

By

Published : Sep 14, 2021, 7:05 AM IST

Updated : Sep 14, 2021, 1:45 PM IST

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ଗତକାଲି ପ୍ରଥମ ପର୍ଯ୍ୟାୟ କଟ୍ ଅଫି ମାର୍କ ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ସିଲକ୍ସନ ହୋଇଥିବା ଛାତ୍ରଛାତ୍ରୀ ଚୟନ ହୋଇଥିବା କଲେଜରେ ଆଡିମିଶନ କରିପାରିବେ । ଆଜିଠୁ ଆସନ୍ତା ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ । ପ୍ରତି ଘଣ୍ଟାରେ 15 ଛାତ୍ରଛାତ୍ରୀ ଅଡମିଶନ କରିପାରିବେ । ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଜାରି ରହିବ । କରୋନା କଟକଣା ପାଳନ ପୂର୍ବକ ମାକ୍ସ, ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ହେବା ଓ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ନାମଲେଖା ପାଇଁ ଗଠନ କମିଟି ସଦସ୍ୟ ମାକ୍ସ ପରିଧାନ କରିବା ସହ ୬ ଫୁଟ୍ ଦୂରତା ବଜାୟ ରଖିବେ। ପ୍ରତି ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଶିକ୍ଷାନୁଷ୍ଠାନ ଯାଇପାରିବେ । ସକାଳ ୯ଟାରୁ ୧ ଟା ଓ ଅପରାହ୍ନ ୧ ରୁ ୫ଟା ଯାଏଁ ଦୁଇ ପର୍ଯ୍ୟାୟରେ ନାମଲେଖା କରିବାକୁ ନିର୍ଦେଶ ରହିଛି । ସେହିପରି ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ କଟ ଅଫ୍ ମାର୍କ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୨୯ରୁ ଆକ୍ଟୋବର ପହିଲା ଭିତରେ ନାମ ଲେଖା ଶେଷ ହେବ ।

ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୧୨ ଆବେଦନ କରିଥିଲେ ଛାତ୍ରଛାତ୍ରୀ । ଏହି ପକ୍ରିୟା ସେପ୍ଟେମ୍ବର ୫ ତାରିଖରେ ଶେଷ ହୋଇଥିଲା । ଗତକାଲି ଆଡମିଶନ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । କଟକ ରେଭେନ୍ସା ଜୁନିୟର କଲେଜ କଟ୍ ଅଫ୍ ମାର୍କରେ ସବୁଠୁ ଆଗରେ ରହିଥିବା ଦ୍ବିତୀୟରେ ରହିଛି ବିଜେବି ଜୁନିୟର କଲେଜ ଓ ତୃତୀୟରେ ରାଉରକେଲା ଜୁନିୟର କଲେଜ ରହିଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ବିକାଶ ମହାପାତ୍ର ସୂଚନା ଦେଇଥିଲେ ।

ଚଳିତ ବର୍ଷ ଦଶମ ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ କରାଯାଇ ମାର୍କ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଭଲ ମାର୍କ ରହିଥିଲା । ତେଣୁ ଆଜି କଟ୍ଅଫ୍ ମାର୍କ ଉପରେ ନଜର ରହିବ । ଏ ବର୍ଷ ପାସ ହାର ଅଧିକ ଥିବାରୁ ଏହାକୁ ନଜରେ ରଖି ବିଭିନ୍ନ କଲେଜରେ ସିଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2021, 1:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.