ଭୁବନେଶ୍ବର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଇ ଦିଆଯାଇଛି। ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ନାମ ଲେଖା ଅବଧି ଆସନ୍ତା 26 ତାରିଖ ବଦଳରେ 30 ତାରିଖକୁ ବୃଦ୍ଧି କରାଯାଇଛି।
![ଯୁକ୍ତ ଦୁଇ ନାମଲେଖା ଅବଧି 4 ଦିନ ବଢ଼ିଲା](https://etvbharatimages.akamaized.net/etvbharat/prod-images/od-bbsr-07-plustwo-admisin-date-7206049_22092020190748_2209f_1600781868_877.jpg)
ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ 4 ଦିନ ବୃଦ୍ଧି କରି ଆସନ୍ତା 30 ତାରିଖ କରାଯାଇଛି। ସିବିଏସସି ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କ ଡିଜି- ଲକର ସାର୍ଟିଫିକେଟ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏକ ମାସ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକଙ୍କୁ କୋଭିଡ ନିୟମ ମାନିବାକୁ ନିର୍ଦେଶ ଦିଆଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ