ETV Bharat / city

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା; ହଟୁନି ସସପେନ୍ସ, ବଢୁଛି ହାର୍ଟବିଟ୍ - ଅନିଶ୍ଚିତତା ଭିତରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ହଟୁନି ସସପେନ୍ସ, ବଢୁଛି ହାର୍ଟବିଟ୍ । ଅନିଶ୍ଚିତତା ଭିତରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପରୀକ୍ଷା କରାଯିବ ନା ବାତିଲ ହେବ ସେନେଇ ଦୋ ଛକିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା; ହଟୁନି ସସପେନ୍ସ, ବଢୁଛି ହାର୍ଟବିଟ୍

author img

By

Published : Jun 4, 2021, 10:00 AM IST

Updated : Jun 4, 2021, 10:40 AM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ CBSE ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ ପରେ ଏବେ CHSE ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଉପରେ ସଭିଙ୍କ ନଜର । ପରୀକ୍ଷା ହେବ ନା ବାତିଲ ହେବ, ଏନେଇ ଅନିଶ୍ଚିତତା ଲାଗି ରହିଛି । CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରଠାରୁ CHSE ବୋର୍ଡ ପରୀକ୍ଷାକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଘନ ଘନ ବୈଠକ ବସିବା ପରେ ମଧ୍ୟ ଏଯାବତ କୌଣସି ନିଷ୍କର୍ସ ବାହାରିପାରୁନି । ବିଭାଗ କିମ୍ବା ପରିଷଦ ପକ୍ଷରୁ ଏ ସଂକ୍ରାନ୍ତରେ ଗଣମାଧ୍ୟମ ସାମ୍ନାରେ କେହି ସିଧାସଳଖ ପ୍ରତିକ୍ରିୟା ନ ଦେଇ ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ପରୋକ୍ଷରେ କହୁଛନ୍ତି ।

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା; ହଟୁନି ସସପେନ୍ସ, ବଢୁଛି ହାର୍ଟବିଟ୍
ଯଦିଓ ମୁଖ୍ୟମନ୍ତ୍ରୀ ଏନେଇ ପୂର୍ବରୁ ଜୁନ୍ ପ୍ରଥମ ସପ୍ତାହରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି କହିଥିଲେ, ତଥାପି ସମୟ ଗଡିବା ସାଙ୍ଗକୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ହାର୍ଟବିଟ୍ ବଢି ଚାଲିଛି । ତେବେ ଏହାର ନିଷ୍କର୍ସ ବାହାର କରିବା ପାଇଁ ଗଣଶିକ୍ଷା ବିଭାଗର ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିଛି । ସେପଟେ ତରବରିଆ ଭାବେ ନିଷ୍ପତ୍ତି ନ ନେଇ ବିକଳ୍ପ ଭାବେ ପରୀକ୍ଷା କରିବା ସପକ୍ଷରେ କହିଛନ୍ତି ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ CHSE ନିଷ୍ପତ୍ତିକୁ ଅପେକ୍ଷା କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦ୍ବନ୍ଦ ବଢିବାରେ ଲାଗିଛି । କେବେ ଓ କିଭଳି ନିଷ୍ପତ୍ତି ନିଆଯିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ତଥାପି ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ।

ସରକାର ତଥା ବିଭାଗର ନିଷ୍ପତ୍ତିକୁ ଏବେ ସାଢେ 3 ଲକ୍ଷ ଛାତ୍ରଛାତ୍ରୀ ଚାତକ ଭଳି ଚାହିଁଛନ୍ତି । ବିକଳ୍ପ ବାଟ କ'ଣ ରହିଛି କିମ୍ବା ପରୀକ୍ଷା ବାତିଲ ହେଲେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରାଯିବ ? କିଭଳି ଫଳ ପ୍ରକାଶ ପାଇବ ? ଉଚ୍ଚଶିକ୍ଷା ନାମଲେଖାରେ କ'ଣ ମାନଦଣ୍ଡ ରହିବ ? ଏଭଳି ଅନେକ ପ୍ରସଙ୍ଗରେ ମାନସ ମନ୍ଥନ ଜାରି ରହିଛି । ଅପରପକ୍ଷେ ସୁପ୍ରିମକୋର୍ଟ ପରୀକ୍ଷାକୁ ନେଇ ଦୁଇ ସପ୍ତାହ ମଧ୍ୟରେ କିଭକି ପିଲାଙ୍କ ମାର୍କିଂ କରାଯିବ ସେନେଇ ସମୟ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 4, 2021, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.