ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍ ଲିଷ୍ଟ । ପୂର୍ବାହ୍ନ 11ଟାରେ ସାମସ୍ ୱେବସାଇଟରେ କଟ୍ ଅଫ୍ ମାର୍କ ଉପଲବ୍ଧ ହେବ । ପ୍ରଥମ ମେରିଟ ଲିଷ୍ଟରେ ଆସିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 21ରୁ 26 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ସେପଟେ ଅକ୍ଟୋବର 3ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଛାତ୍ରଛାତ୍ରୀମାନେ ତାଲିକା ମୁତାବକ 5ରୁ 7 ତାରିଖ ଭିତରେ ନାମଲେଖାଇ ପାରିବେ ।
ପରେ ଅକ୍ଟୋବର 15ରେ ସ୍ପଟ୍ ଆଡମିଶନ ପାଇଁ ତାଲିକା ପ୍ରକାଶ ପାଇବ । ଅକ୍ଟୋବର 17 ତାରିଖ ସୁଦ୍ଧା ଏଥିପାଇଁ ନାମଲେଖା ପ୍ରକ୍ରିୟା ଶେଷ ହେବ । ସୂଚନା ଅନୁଯାୟୀ ଚଳିତବର୍ଷ ରାଜ୍ୟର 2 ହଜାର 28ଟି କଲେଜରେ 4 ଲକ୍ଷ 53 ହଜାର 643ଟି ସିଟରେ ନାମଲେଖା ହେବ । ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ