ETV Bharat / city

ଆସନ୍ତା 14ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ

ଆସନ୍ତା 14ରୁ ଘରୋଇ ପ୍ଲେ ଓ କେଜି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

author img

By

Published : Feb 8, 2022, 7:34 PM IST

14 ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ
14 ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ

ଭୁବନେଶ୍ବର: 14ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ । କୋଭିଡ କଟକଣା ମଧ୍ୟରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।

ତେବେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ମାସ୍କ ଓ ହାତକୁ ଶିଶୁମାନେ ଯେଭଳି ପରିଷ୍କାର ରଖିବେ, ସେନେଇ ସ୍କୁଲ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ଚିଠିରେ ଉଲ୍ଲେଖ ରହିଛି । ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସ୍କୁଲର ସମସ୍ତ କର୍ମଚାରୀ ଉଭୟ ଡୋଜ ଟିକା ନେଇଥିବା ବାଧ୍ୟତାମୂଳକ ହେବ । ଶିଶୁମାନେ ସ୍କୁଲରେ ଥିବା ସମୟରେ କୋଭିଡ କଟକଣାକୁ ଯେଭଳି ଶତପ୍ରତିଶତ ପାଳନ କରିବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଗତ 7 ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ୍ବ ପିଲାମାନଙ୍କ ପାଠପଢ଼ା ଆରମ୍ଭ ହୋଇଛି । ଆସନ୍ତା 14 ତାରିଖରୁ ସମସ୍ତ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡିକ ଖୋଲିବାକୁ ଯାଉଛି । ଏହାରି ମଧ୍ୟରେ କେଜି ଓ ପ୍ଲେ ସ୍କୁଲ୍ ପିଲାଙ୍କ କ୍ଲାସ ପାଇଁ ଅନୁମତି ଦେଇଛନ୍ତି ସରକାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.