ETV Bharat / city

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ସୁସ୍ଥ ହେଲେ 4 ଆକ୍ରାନ୍ତ - ଭୁବନେଶ୍ବର ଖବର

କୋଭିଡ ଆକ୍ରାନ୍ତଙ୍କ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି ପ୍ଲାଜମା ଥେରାପି । ଗୁରୁବାର ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ମୋଟ 6 ଜଣଙ୍କ ମଧ୍ୟରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

Plasma therapy success in odisha, 4 positive recovery
ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ସୁସ୍ଥ ହେଲେ 4 ଆକ୍ରାନ୍ତ
author img

By

Published : Jul 19, 2020, 2:24 PM IST

ଭୁବନେଶ୍ବର: କୋଭିଡ ଆକ୍ରାନ୍ତଙ୍କ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି ପ୍ଲାଜମା ଥେରାପି । ଗୁରୁବାର ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ମୋଟ 6 ଜଣଙ୍କ ମଧ୍ୟରୁ 4 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଆଉ ଅକ୍ସିଜେନ ସପୋର୍ଟ ଦେବାକୁ ପଡୁନାହିଁ । ଖୁବଶୀଘ୍ର ସେମାନେ ସୁସ୍ଥ ହୋଇ ଫେରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି ।

ସେହିପରି ଅନ୍ୟ 2 ଜଣ ଆକ୍ରାନ୍ତ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନେ ମଧ୍ୟ ଖୁବ ଶୀଘ୍ର ବିପଦ ମୁକ୍ତ ହେବେ । ତେବେ 4 ଜଣ ପ୍ଲାଜମାଦାତାଙ୍କ ଠାରୁ 8 ୟୁନିଟ ପ୍ଲାଜମା ସଂଗ୍ରହ ହୋଇଥିଲା । ସେଥିରୁ 6 ୟୁନିଟ ବ୍ୟବହାର କରାଯାଇଛି । ସମ କୋଭିଡ ହସ୍ପିଟାଲରେ 4 ଓ ଅଶ୍ବିନୀ ହସ୍ପିଟାଲରେ 2 ୟୁନିଟ ପ୍ଲାଜମା ଦିଆଯାଇଛି । ଆଉ 2 ୟୁନିଟ ସଂରକ୍ଷିତ ରହିଛି ।

ପ୍ରକାଶ ଥାଉ କି, ପ୍ରମୁଖ ରାଜ୍ୟ ମଧ୍ୟରେ ଓଡିଶାରେ ପ୍ଲାଜମା ଚିକିତ୍ସା ପଦ୍ଧତି ଆରମ୍ଭ ହେ।ଇଥିଲା । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । କଟକ ଏସସିବି ପ୍ଲାଜମା ହବ୍ ସେଣ୍ଟର ଭାବରେ କାର୍ଯ୍ୟ କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.