ETV Bharat / city

କୋଭିଡ ଚିକିତ୍ସାରୁ ବାଦ ପଡ଼ିଲା ପ୍ଲାଜମା ଥେରାପି

author img

By

Published : May 18, 2021, 7:52 AM IST

ଏଣିକି ଆଉ ହେବନି କୋରୋନା ରୋଗୀଙ୍ଗ ପ୍ଲାଜମା ଥେରାପି । ପରୀକ୍ଷା ପରେ କୋରୋନା ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି ଉପରେ ଲାଗିଲା ବ୍ରେକ । ଅଧିକ ପଢନ୍ତୁ...

କୋଭିଡ ଚିକିତ୍ସାରୁ ବାଦ ପଡ଼ିଲା ପ୍ଲାଜମା ଥେରାପି
କୋଭିଡ ଚିକିତ୍ସାରୁ ବାଦ ପଡ଼ିଲା ପ୍ଲାଜମା ଥେରାପି

ଭୁବନେଶ୍ବର: ICMRର ବଡ଼ ଘୋଷଣା । କୋରୋନା ଚିକିତ୍ସାରେ ଆଉ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି । ଏନେଇ ବିଜ୍ଞପ୍ତି ଜାରି କରିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ (ICMR) । କୋଭିଡର ପ୍ରଥମ ଲହରରେ ବହୁଳ ଭାବେ ବ୍ୟବହାର ହୋଇଥିଲା ପ୍ଲାଜମା ଥେରାପି । ତେବେ ବର୍ତ୍ତମାନ ଠାରୁ ପ୍ଲାଜମା ଚିକିତ୍ସା ବନ୍ଦ ରହିବ ବୋଲି ଘୋଷଣା କରିଛି ICMR ।

ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ବେଶ୍ ସଫଳ ହୋଇଥିଲା । ପ୍ଲାଜମା ଥେରାପି ଯୋଗୁଁ ଅନେକ ସଂକ୍ରମିତ ସୁସ୍ଥ ହେଉଥିବା ସରକାର ଘୋଷଣା କରିଥିଲେ । ତେବେ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ନକରାତ୍ମକ ପ୍ରଭାବ ପଡୁଥିବା ବିଶେଷଜ୍ଞ ଅଭିଯୋଗ କରୁଥିଲେ । ଏହି ଚିକିତ୍ସା ବନ୍ଦ ରହିବା ନେଇ ଏମ୍ସ ଏବଂ ICMR ପକ୍ଷରୁ ମିଳିତ ଅନୁଧ୍ୟାନ କରାଯାଇଥିଲା । ତେବେ ଅଭିଯୋଗର ସତ୍ୟତା ଆସିବା ପରେ ଏହି ଚିକିତ୍ସା ବର୍ତ୍ତମାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

ICMR ପକ୍ଷରୁ ପ୍ଲାଜମା ଥେରାପି ଉପରେ ଗବେଷଣା କରିବାକୁ ଏକ ଟିମ୍‌ ଗଠନ କରାଯାଇଥିଲା । ପ୍ଲାଜମା ଥେରାପିର ଚିକିତ୍ସା ନେଇ ଗବେଷଣା ଜାରି ରଖାଯାଇଥିଲା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏହାସହ ଏକ ବିସ୍ତୃତ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.