ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରସାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ପାଇଁ ସଜବାଜ ହେଉଛନ୍ତି । ମାତ୍ର ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ସାମାଜିକ ଦୂରତା ନିୟମ ବା ସୋସିଆଲ ଡିଷ୍ଟାଂସିଂ ମେଣ୍ଟେନ କରି ମିଟିଂ କରିବେ ମୁଖ୍ୟମନ୍ତ୍ରୀ ।
ତେବେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲି ମିଟିଂ କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ଟି ଜୋନରେ ନିର୍ବାଚନୀ ପ୍ରଚାର କରିବେ । ଏହାସହ ୨୦୧୯ ନିର୍ବାଚନ ଫଳ ତୁଳନାରେ ଏଥର ଅଧିକ ମାର୍ଜିନରେ ବିଜେଡି ବିଜୟ ହେବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ