ETV Bharat / city

ପ୍ରଚାର ମୈଦାନରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

author img

By

Published : Apr 10, 2021, 1:07 PM IST

ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର କଳାଳାର ଓ କର୍ମୀ ମାନଙ୍କର ସଂକୀର୍ତ୍ତନ ପଦଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଚାର ମଇଦାନରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ଉପନିର୍ବାଚନ ଲାଗି ଚାଲିଛି ବିଭିନ୍ନ ଦଳର ଜୋରଦାର ପ୍ରଚାର । ପିପିଲି ବାଜି ଜିତିବା ଲାଗି କଳ, ବଳ ଓ କୌଶଳ ଅପଣାଉଛନ୍ତି ଦଳ । ଏବେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସାଂସଦ ଅମରଙ୍କ ସହିତ ଅଛନ୍ତି ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର କଳାକାର । ସଂକୀର୍ତ୍ତନ ଜରିଆରେ ପ୍ରଚାର ଆରମ୍ଭ କରିଛି ଦଳ ।

ପିପିଲିର ଅରିଶୋଲ ପଞ୍ଚାୟତର ଖଣ୍ଡିମଂଗଳପୁର ଗ୍ରାମରେ ବିଜେଡି ସାଂସ୍କୃ‌ତିକ ସମନ୍ବୟ ସାମ୍ମୁଖ୍ୟର କଳାକାର ଓ କର୍ମୀ ମାନଙ୍କର ସଂକୀର୍ତ୍ତନ ପଦଯାତ୍ରା ଚାଲିଛି । ଏଥିରେ ଅଂଶ ଗ୍ରହଣ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ପଦଯାତ୍ରା ମାଧ୍ୟମରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଲାଗି ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି ଅମର । ଅମରଙ୍କ ସହିତ ସାମ୍ମୁଖ୍ୟର ରାଜ୍ୟ ଆବାହକ ରବି ନନ୍ଦ, ସଂଯୋଜକ ପ୍ରବୀର ମହାନ୍ତି, କମିଟି ସଦସ୍ୟ ଦେବରାଜ ସେନାପତି ଓ ଡ. ଜୀବନ ଦୀକ୍ଷିତ୍ ସଂକୀର୍ତ୍ତନ ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ସଂକୀର୍ତ୍ତନ ପଦଯାତ୍ରା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି ବିଜେଡି । ପିପିଲି କଳା, ସଂସ୍କୃତି ଓ ପରମ୍ପରାର ଅଞ୍ଚଳ ହୋଇଥିବାରୁ ବହୁ ସାଧାରଣ ଲୋକ ସଂକୀର୍ତ୍ତନ ପଦଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.