ETV Bharat / city

ପିପିଲି ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ - Naveen will go for campaign

ପିପିଲି ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । କିନ୍ତୁ ତାରିଖ ଚୁଡାନ୍ତ ହୋଇନି ବୋଲି କହିଛନ୍ତି ପ୍ରତାପ ଦେବ। ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ବସିଛି ରୁଦ୍ଧଦ୍ୱାର ବୈଠକ। ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

author img

By

Published : Apr 5, 2021, 12:50 PM IST

Updated : Apr 5, 2021, 5:55 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପିପିଲି ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । କିନ୍ତୁ ତାରିଖ ଚୂଡାନ୍ତ ହୋଇନି ବୋଲି କହିଛନ୍ତି ପ୍ରତାପ ଦେବ। ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ବସିଛି ରୁଦ୍ଧଦ୍ୱାର ବୈଠକ। ବୈଠକରେ ପିପିଲି ରଣନୀତି ନେଇ ଚାଲିଛି ଆଲୋଚନା।

ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଜେଡିର ବହୁ ବିଧାୟକ ସାମିଲ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ବିଧାୟକ ଉମା ସାମନ୍ତରାଏ, ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ ବେହେରା ଓ ଡେଲାଙ୍ଗ ପିପିଲିର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

ବୈଠକ ସଂପର୍କରେ ସମୀର ଦାସଙ୍କ ସୂଚନା ଦେଇ କହିଛନ୍ତି ପିପିଲି ଲୋକେ ରୁଦ୍ର ମହାରଥୀଙ୍କୁ ଭୋଟ ଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତ। କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପ୍ରଚାର ହେବ। ସହ ମାସ୍କ ସାନିଟାଇଜର ବ୍ୟବହାର କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 5, 2021, 5:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.