ETV Bharat / city

ପିପିଲି ଉପନିର୍ବାଚନ; ବିଜେଡି ଲାଗି ସମ୍ମାନ ଓ ବିଜେପି ଲାଗି କର ବା ମର ସ୍ଥିତି

ବାଜି ସାରିଛି ପିପିଲି ଉପନିର୍ବାଚନ ଲାଗି ବିଗୁଲ । ତାରିଖ ଓ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନ ଜିତିବା ନେଇ କସରତ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ବାଲେଶ୍ଵର ସିଟ ହାତରୁ ଖସିବା ପରେ କର ବା ମର ସ୍ଥିତିରେ ଅଛି ବିଜେପି । ସେପଟେ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ଥିବା ଅନ୍ତର୍ଦ୍ୱନ୍ଦ୍ବକୁ ପ୍ରଶମିତ କରିବା ଲାଗି ଅପ୍ରାଣେ ଚେଷ୍ଟା କରୁଛି ବିଜେଡି । ଅନ୍ୟପଟେ ବିଜେଡି ଓ ବିଜେପିଠାରୁ ଢେର ପଛରେ ପଡିଯାଇଛି କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Mar 27, 2021, 4:34 PM IST

ପିପିଲି; ବିଜେଡି ଲାଗି ସମ୍ମାନ ଓ ବିଜେପି ଲାଗି କର ବା ମର ସ୍ଥିତି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଯେତେ ପାଖଉଛି, ରାଜ୍ୟରେ ରାଜନୈତିକ ଉଷ୍ମତା ସେତେ ବଢୁଛି । ସିମ୍ପାଥି ପ୍ରସଙ୍ଗ ପ୍ରାସଙ୍ଗିକତା ହରାଉଥିବା ବେଳେ ରଣନୀତି ସେତେ ତେଜ ହେଉଛି । ପ୍ରାର୍ଥୀ ଘୋଷଣା ପରେ ବିଜୟ ରଣନୀତି ନେଇ ଚାଲିଛି ବିଚାର ବିମର୍ଶ । ରାଜନୀତିରୁ ଆରମ୍ଭ କରି ନିର୍ବାଚନ ମଇଦାନରେ ବସୁଛି ତୁହାକୁ ତୁହା ବୈଠକ । ଗଡ଼ ବଞ୍ଚେଇବା ଲାଗି ସେନାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଶଙ୍ଖ ମୁଖିଆ ନବୀନ ପଟ୍ଟନାୟକ ।

ପିପିଲି ଦଖଲ କରିବାକୁ ପଂଚାୟତଓ୍ବାରି ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲି, ଡେଲାଙ୍ଗ ଓ ପିପିଲି ଏନଏସି ଲାଗି ଲିଡ଼ର ଓ ଟିମ ଲିଡ଼ର ନିଯୁକ୍ତି କରିଛି ବିଜେଡି । ପିପିଲି ବ୍ଳକ ଦାୟିତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଡେଲାଙ୍ଗ ବ୍ଲକରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପିପିଲି ଏନଏସି ଲାଗି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ ଦାୟିତ୍ୱ ଦେଇଛି ଦଳ ।

ସେପଟେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦଳ ଓ ମହାରଥୀ ପରିବାରରେ ଅନ୍ତର୍ଦ୍ୱନ୍ଦ୍ବର ସ୍ୱର ଧୀରେ ଧୀରେ ବାହାରକୁ ଆସିବାରେ ଲାଗିଛି । ପ୍ରାର୍ଥୀ ଘୋଷଣାର 24 ଘଣ୍ଟା ପୁରିଥିଲେ ବି ଟିକେଟର ଅନ୍ୟତମ ଦାବିଦାର ପ୍ରତିଭା ମହାରଥୀ ସାମ୍ନାକୁ ଆସିନାହାନ୍ତି । ମଧ୍ୟାହ୍ନରେ ସେ ଡାକିଥିବା ପ୍ରେସମିଟ ଅନିର୍ଦ୍ଦିଷ୍ଟ କାରଣ ପାଇଁ ଶେଷ ମୁହୂର୍ତ୍ତରେ ପ୍ରତ୍ୟାଖ୍ୟାନ କରିଥିଲେ । ମା-ପୁଅଙ୍କ ମଧ୍ୟରେ ବିଭେଦ ଜୋର ଧରିଥିବା ଚର୍ଚ୍ଚା ହେଉଛି । ତେଣୁ ପରିବାର ଏକ ସ୍ୱରରେ ପୁଅର ପ୍ରାର୍ଥୀତ୍ବକୁ ସମର୍ଥନ କରିପାରୁନାହିଁ । ଏହାର ପ୍ରଭାବ କେଉଁଠି ନା କେଉଁଠି ନିର୍ବାଚନରେ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସେପଟେ ଆଜି ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କ ବୈଠକ ଦଳ ଡାକିଛି । ମନ୍ତ୍ରୀ ସୁଶାନ୍ତ ସିଂ ସରକାରୀ ବାସଭବନରେ ଏହି ବୈଠକ ବସିଛି । ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ଦଳର ବରିଷ୍ଠ ନେତା ମାନେ ସାମିଲ ଥିଲେ । ଦଳ କିପରି ପିପିଲି ଗଡ଼ ବଞ୍ଚାଇବ ବୈଠକରେ ହୋଇଛି ମାନସ ମନ୍ଥନ । ବିଭିନ୍ନ ପଞ୍ଚାୟତ ଓ ୱାର୍ଡ କର୍ମୀଙ୍କୁ ଏକାଠି କରି ଦାୟିତ୍ୱ ବାଣ୍ଟିବ ଦଳ ।

ଅନ୍ୟପଟେ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ପ୍ରଚାରକୁ ଜୋର କରିଛି । ପିପିଲିର ବିକାଶକୁ ମୁଦ୍ଦା କରି କ୍ୟାମ୍ପେନ ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ବିଭିନ୍ନ ରାଜ୍ୟସ୍ତରୀୟ ନେତା ପ୍ରଚାରରେ ସାମିଲ ହୋଇଛନ୍ତି । ଆସନ୍ତା ଦିନେ ଦୁଇ ଦିନ ଭିତରେ ଦଳ ଘୋଷଣା କରିବ ନିଜର ଷ୍ଟାର କ୍ୟାମ୍ପେନର ଲିଷ୍ଟ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାରରେ ଆସିବେ ନା ନାହିଁ ତାହା ସ୍ଥିର ହୋଇନାହିଁ । ବାଲେଶ୍ଵର ସଦର ସିଟ ହାତରୁ ଖସି ଥିବାରୁ ପିପିଲି ଦାଖଲ କରିବାକୁ ଲାଗିପଡିଛି ଦଳ ।

ସେପଟେ ପିପିଲି ରେସରେ ବହୁତ ପଛରେ ପଡି ଯାଇଛି କଂଗ୍ରେସ । ପିପିଲି ଜିତିବୁ ବୋଲି ନେତା କହୁଥିବା ବେଳେ ଗ୍ରାଉଣ୍ଡ ରିଏଲିଟି ସମ୍ପୂର୍ଣ୍ଣ ଅଲଗା । ଦଳ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ବିଜେପି ପ୍ରାର୍ଥୀ ନାମାଙ୍କନ ଭରି ସାରିଥିବାବେଳେ ଆସନ୍ତା 30ରେ ବିଜେଡି ନାମାଙ୍କନ ଭରିବେ । ଆସନ୍ତା 48 ଘଣ୍ଟା ତାର ପ୍ରାର୍ଥୀ ଘୋଷଣା କରିବ ବୋଲି କହୁଛି ।

ରାଜ୍ୟର ଅନ୍ୟତମ ସମ୍ବେଦନଶୀଳ ଆସନ ପିପିଲି:-

ରାଜ୍ୟର ୧୧୦ ନମ୍ବର ବିଧାନସଭା କ୍ଷେତ୍ର ହେଉଛି ପିପିଲି । ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳି । ଗଲା ଦୁଇ ଦଶନ୍ଧିଭିତରେ ଲଗାତାର ୫ଟି ନିର୍ବାଚନରେ ପିପିଲିର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରି ଆସିଛନ୍ତି । ଦିବଂଗତ ପ୍ରଦୀପ ମହାରଥୀ ସାରଥୀ ସାଜିଛନ୍ତି । ବିଜେଡି ଗଢ଼ା ହେବା ଦିନଠାରୁ ଏଠାରେ କେବେ ପରାଜୟ ମୁହଁ ଦେଖି ନାହିଁ । ଅର୍ଥାତ୍ ଗୋଟିଏ ଦଳ ଓ ଗୋଟିଏ ପ୍ରାର୍ଥୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଆସିଛନ୍ତି ପିପିଲିବାସୀ । ୨୦୨୦ ମସିହା ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ ।

ବିଜେଡି ଲାଗି ସମ୍ମାନ ଓ ବିଜେପି ଲାଗି କର ବା ମର ସ୍ଥିତି:-

ବାଲେଶ୍ୱର କିମ୍ବା ତିର୍ତ୍ତୋଲ ଉପନିର୍ବାଚନକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ହୋଇଥିବା ଅଧିକାଂଶ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ତା’ଛଡ଼ା ଦୀର୍ଘ ଦୁଇ ଦଶନ୍ଧି ଧରି ପିପିଲି ଆସନରେ ବିଜେଡିର ଦବଦବା ରହିଥିବା ବେଳେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ବିଜେଡି ଟିକେଟରୁ ଦିବଂଗତ ମହାରଥୀ ୨୦୦୦ ମସିହାରୁ ୨୦୧୯ ଯାଏ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ପୂର୍ବରୁ ଜନତା ଦଳ ଟିକେଟରେ 2 ଥର ବିଜୟ ହୋଇଥିଲେ ପ୍ରଦୀପ । ସେପଟେ 2019 ସାଧାରଣ ନିର୍ବାଚନରେ ବାଲେଶ୍ଵର ସଦର ଆସନରୁ ଜିତିଥିଲେ ବିଜେପିର ମଦନ ମୋହନ ଦତ୍ତ । ତାଙ୍କ ଦେହାନ୍ତରେ ସେଠାରେ ଉପ ନିର୍ବାଚନ ହୋଇଥିଲା । ସିମ୍ପାଥି ଭୋଟ ହାତେଇବା ଲାଗି ଜୀବନଙ୍କ ପୁଅ ମାନସ ଦତ୍ତଙ୍କ ଟିକେଟ ଦେଇଥିଲା ବିଜେପି । ହେଲେ ବିଜେଡି ସ୍ୱରୂପ ଦାସ ବିଜୟୀ ହୋଇଥିଲେ । ଫଳରେ ବାଲେଶ୍ଵର ସଦର ଆସନଟି ବିଜେପି ହାତରୁ ଖସିଯାଇଥିଲା । ପିପିଲି ଜିତି ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ବିଜେପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.