ETV Bharat / city

ପିପିଲି ଫ୍ୟାମିଲି ପଲିଟିକ୍ସ; ବିରୋଧୀଙ୍କ ଉପରେ ଦୋଷ ଲଦିଲା ବିଜେଡି - pipili by-election

ପିପିଲି ଉପ ନିର୍ବାଚନ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ବସିଥିବା ବୈଠକ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ମହାରଥୀ ମା, ପୁଅଙ୍କ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

ପିପିଲି ଫ୍ୟାମିଲି ପଲିଟିକ୍ସ; ବିରୋଧୀଙ୍କ ଉପରେ ଦୋଷ ଲଦିଲା ବିଜେଡି

author img

By

Published : Mar 28, 2021, 12:15 PM IST

ଭୁବନେଶ୍ବର: ମହାରଥୀ ମା, ପୁଅଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ଅପପ୍ରଚାର କରୁଛନ୍ତି ବିରୋଧୀ । ଏହା ବିରୋଧୀଙ୍କ ଗୁଜବ ଥିଲା । ମା'ଠାରୁ ପୁଅ କେବେ ଅଲଗା ନୁହେଁ । ତେବେ ବିରୋଧୀଙ୍କ ପରିବାର ବିଭାଜନ ରାଜନୀତିକୁ ଟାର୍ଗେଟ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ବସିଥିବା ବୈଠକ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ।

ପ୍ରଦୀପ ମହାରଥୀଙ୍କ ସ୍ତ୍ରୀ, ପୁଅ ଓ ଝିଅ ସମ୍ପୂର୍ଣ୍ଣ ଏକାଠି ଅଛନ୍ତି । ଆଗାମୀ ନିର୍ବାଚନରେ ମହାରଥୀ ପରିବାର ଏହି ବୈତରଣୀ ପାର ହେବେ । ବିରୋଧୀ ଭାବୁଥିଲେ କେମିତି ବିଜେଡିର ବିଭାଜନ ହେଉ । ସେଥିରୁ ସେମାନେ ଫଳ ପାଆନ୍ତୁ । ହେଲେ ମହାରଥୀ ପରିବାର ସବୁବେଳେ ଏକ । ମା'ଙ୍କର ପୁଅ ପାଇଁ ଆଶୀର୍ବାଦ ରହିଛି ।ବିରୋଧୀ ପରିବାର ବିଭାଜନର ଅପପ୍ରଚାର କରୁଥିଲେ । ପିପିଲି ଲୋକ ଜାଣିଲେ ସତ କଣ ? ପ୍ରଦୀପ ମହାରଥୀଙ୍କ ପରିବାର ଏକ ଥିବାରୁ କୌଣସି ବିଶୃଙ୍ଖଳା ନାହିଁ ।

ଖବର ଥାଉକି, ପିପିଲି ଉପ ନିର୍ବାଚନ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଟିମ ଲିଡ଼ରଙ୍କର ହୋଇଥିଲା ବୈଠକ । ବୈଠକରେ ସୁଶାନ୍ତଙ୍କ ସମେତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଭୂତି ବଳବନ୍ତରାୟ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.