ETV Bharat / city

ମନ କିଣୁଛି ଦିବ୍ୟାଙ୍ଗଙ୍କ ହାତ ତିଆରି ମାଟି ଦୀପ - Bhubaneswar news

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଦିବ୍ୟାଙ୍ଗମାନେ ତିଆରି କରିଥିବା ଦୀପରେ ଦୀପାବଳି ମନାଇ ନିଜର ଖୁସିକୁ ଆହୁରି ଦ୍ବିଗୁଣିତ କରନ୍ତୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 24, 2019, 3:14 PM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଏବେ ଚାରିଆଡେ ଉତ୍ସବମୁଖର । କିଏ ବଜାରରୁ ଦୀପାବଳି ପାଇଁ ଦୀପ କିଣୁଛି ତ ଆଉ କିଏ ବାଣ । ହେଲେ କିଛିକାଂଶରେ ମାଟି ଦୀପର ଚାହିଦା କମୁଥିବା ବି ନଜିର ରହିଛି । ଏଣିକି ଦିବ୍ୟାଙ୍ଗମାନେ ତିଆରି କରିଥିବା ଦୀପରେ ଦୀପାବଳି ନିଜର ଖୁସିକୁ ଆହୁରି ଦ୍ବିଗୁଣିତ କରନ୍ତୁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଦିନ କେଇଟା ପରେ ଦୀପାବଳି । ଚଳଚଞ୍ଚଳ ପୁରପଲ୍ଲୀ । ଯାହାକୁ ନଜରରେ ରଖି ଦିବ୍ୟାଙ୍ଗମାନେ ହାତ ତିଆରି ଦୀପ କରିବାରେ ଏବେ ବ୍ୟସ୍ତ । ଏ ଦୃଶ୍ୟ ହେଉଛି ରାଜଧାନୀର ଓପନ ଲର୍ଣ୍ଣିଂ ସିଷ୍ଟମ ଅନୁଷ୍ଠାନ। ଏମାନେ ଦିବ୍ୟାଙ୍ଗ ହେଲେ ବି ସାଧାରଣ ମଣିଷ ଠାରୁ ଢେର ଆଗରେ। କିଏ ଠିକରେ କଥା କହିପାରେନି କି କିଏ ଠିକରେ କାମ ବି କରିପାରେନି । ମାତ୍ର ସେତିକି ସତଚେଷ୍ଟା କରି ନିଜେ ଦୀପ ତିଆରି କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଆଲୋକର ପର୍ବକୁ ଦୁଇ ଗୁଣା ଆଲୋକିତ କରିବାକୁ ନିଜ କାମରେ ଲାଗି ପଡିଛନ୍ତି ଏମାନେ । ନିଜ ହାତରେ ତୂଳୀ ଧରି ମାଟି ଦୀପ ଗୁଡିକୁ ସଜାଇବାରେ ବ୍ୟସ୍ତ ଏମାନେ। ବର୍ତ୍ତମାନର ଆଧୁନିକତାରେ ମାଟି ଦୀପ ହଜି ଯାଉଥିବାବେଳେ, ମାଟି ଦୀପର ପ୍ରଚାର ପ୍ରସାର କରିବାରେ ଏମାନେ ସତଚେଷ୍ଟିତ । ଆଗରୁ ଏହି ଅନୁଷ୍ଠାନ ଅନେକ ଦିବ୍ୟାଙ୍ଗକୁ ନେଇ ହୋଟେଲ ତିଆରି କରି ଚର୍ଚ୍ଚାରେ ଥିବାବେଳେ ପୁଣି ଦୀପାବଳି ଦୀପ ତିଆରି କରି ଅନନ୍ୟ ପ୍ରଂଶସା ସାଉଁଟିଛନ୍ତି ।

ସତରେ ଆଗକୁ ଆସୁଥିବା ଦୀପାବଳିରେ ବାଣ ନ ଫୁଟାଇ ଏହି ଦିବ୍ୟାଙ୍ଗଙ୍କ ଠାରୁ ଦୀପ ଟିଏ ନେଇ ଜାଳିଲେ ବେଶ ଆନନ୍ଦ ମିଳିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.